ପୀଡିତାଙ୍କୁ ବିବାହ କରିବା ପାଇଁ ଦୁଷ୍କର୍ମକାରୀକୁ ମିଳିଲା ସ୍ୱଳ୍ପକାଳୀନ ଜାମିନ, ଉତ୍ତରାଖଣ୍ଡ ହାଇକୋର୍ଟ ଦେଲେ ଏମିତି ରାୟ

ଉତ୍ତରାଖଣ୍ଡ ହାଇକୋର୍ଟ ଗତ ସପ୍ତାହରେ ଜଣେ ଦୁଷ୍କର୍ମକାରୀକୁ ସ୍ୱଳ୍ପକାଳୀନ ଜାମିନ ଦେବାକୁ ରାଜି ହୋଇଛନ୍ତି । ତେବେ କୋର୍ଟ ଏଇଥିପାଇଁ ଜାମିନ ସ୍ୱୀକାର କରିଛନ୍ତି, ଏଇଥିପାଇଁ ଯେ ସେ ପୀଡିତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ସୁରଜିତ କୁମାର ।

ଏହି ମାମଲାର ବିଚାର କରି ଜଷ୍ଟିସ ରବୀନ୍ଦ୍ର ମୈଥାନୀ କହିଛନ୍ତି, ଦୁଷ୍କର୍ମ ସରଳ ମାମଲା ନୁହେଁ । ଏପରି ରାୟ ଦେଇ କୌଣସି ଦୁଷ୍କର୍ମକାରୀଙ୍କୁ ପରୋକ୍ଷରେ ବିବାହ ପାଇଁ କୋର୍ଟ ପ୍ରୋତ୍ସାହନ ଦେଉନାହିଁ । ହେଲେ ଏହା ଏକ ଭିନ୍ନ ମାମଲା । କାରଣ ଏଥିରେ ଦୁଇ ପକ୍ଷଙ୍କ ପକ୍ଷରୁ ବିବାହ ପାଇଁ ଦିନ ସ୍ଥିର ହୋଇଥିଲା । ମାତ୍ର ପରେ ଅଭିଯୁକ୍ତ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖି, ବିବାହ ପାଇଁ ନାହିଁ କରିଦେଇଥିଲେ ।

ମିଳିଥିବା ଏଫଆଇଆର ଅନୁଯାୟୀ ଅଭିଯୁକ୍ତ ଓ ପୀଡିତା ଉଭୟେ ବନ୍ଧୁ ଥିଲେ ଓ ପରେ ସେମାନଙ୍କର ବିବାହ ସ୍ଥିର ହୋଇଥିଲା । ଏହା ମଧ୍ୟରେ ଅଭିଯୁକ୍ତ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ ।

ଏହି ମାମଲାରେ ଅଭିଯୁକ୍ତ ଓ ସରକାରଙ୍କ ପକ୍ଷରୁ ଉଭୟ ଆଇନଜୀବୀ ନିଜ ନିଜ ପକ୍ଷ ରଖିଥିଲେ । କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣିବା ପରେ ଅଭିଯୁକ୍ତକୁ ନିଜ ମୁଚଲିକାରେ କିଛି ଅର୍ଥ ଦାଖଲ ସହ ଦୁଇ ଜଣ ଜାମିନକର୍ତ୍ତାଙ୍କ ବଦଳରେ ଏକ ସପ୍ତାହ ପାଇଁ ଜାମିନରେ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସପ୍ତାହ ଶେଷ ହେବା ମାତ୍ରେ ଅଭିଯୁକ୍ତ କୋର୍ଟରେ ହାଜିରା ହେବା ପାଇଁ ନର୍ଦ୍ଦେଶରେ କୁହାଯାଇଛି ।

ପ୍ରକାଶଯୋଗ୍ୟ, ଗତ ମାସରେ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ କହିଥିଲେ, ଯଦି କୌଣସି ବିବାହିତା ମହିଳାଙ୍କୁ ପରିବାର ପାଇଁ ଘରୋଇ କାମ କରିବା ପାଇଁ କୁହାଯାଏ, ତେବେ ଏହାର ତୁଳନା ଚାକରାଣି ସହ ତୁଳନା କରିବା କଥା ନୁହେଁ । ଏହାକୁ ଘରୋଇ ହିଂସା ବା କ୍ରୁରତା ବୋଲି ବିବେଚନା କରାଯିବ ନାହିଁ ।

ବମ୍ବେ ହାଇକୋର୍ଟଙ୍କ ଔରାଙ୍ଗବାଦ ପୀଠ ଜଣେ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଏପରି ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ମହିଳା ଜଣକ ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ଠାରୁ ଅଲଗା ରହି ଶାଶୁ-ଶ୍ୱଶୁରଙ୍କ ନାମରେ ଘରୋଇ ହିଂସା ମାମଲା ଦାୟର କରିଥିଲେ । ଏହି ମାମଲାକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.