ଆମେରିକାରେ କରୋନା ସଂକ୍ରମଣରେ ମରିପାରନ୍ତି ୭୦ ହଜାର ଲୋକ, ରାଷ୍ଟ୍ରପତି ଟ୍ରମ୍ପ ଦେଲେ ସୂଚନା

କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରାୟ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିବ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆଶଙ୍କା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଆକଳନ କରାଯାଇଥିବା ସଂଖ୍ୟା ଅପେକ୍ଷା ବହୁତ ଅଧିକ। ଏଥିସହ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ତାଙ୍କୁ କାହିଁକି ଚୟନ କରାଯିବା ଉଚିତ ସେ ନେଇ ମଧ୍ୟ କହିଛନ୍ତି ଟ୍ରମ୍ପ।

Coronavirus: Donald Trump suspends travel from Europe to US for 30 ...

ସୋମବାର ହ୍ଵାଇଟ ହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ କରୋନା ସଂକ୍ରମଣରେ ଆମେରିକାରେ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିବ ବୋଲି ସେ ଅନୁମାନ କରୁଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ କୁହାଯାଉଥିଲା ଆମେରିକାରେ କରୋନାରେ ୨୨ ଲକ୍ଷ ଲୋକଙ୍କ ଜୀବନ ଯିବ। ମାତ୍ର ଆମେ ଏହାକୁ କମାଇ ୬୦ରୁ ୭୦ ହଜାର କରିଛୁ। ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ବହୁତ ବଡ଼ କଥା। ଏଣୁ ମୁଁ ସୀମା ବନ୍ଦ କରିବା ଓ ଚୀନରୁ ଆସୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଠିକ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଟ୍ରମ୍ପ।

trump

ତର୍କ ଆଧାରରେ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ଯଦି ଲୋକମାନେ ସାମାଜିକ ଦୂରତ୍ୱ ବଜାୟ ନ ରଖିବେ ତେବେ କରୋନା ସ୍ଥିତିକୁ ଆୟତ୍ତ କରିବା ଅସମ୍ଭବ ହୋଇପଡିବ। ଏଣୁ ଲୋକମାନେ ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.