ପାରମ୍ପରିକ ଗୁଜରାଟୀ ଡ୍ୟାନ୍ସ ଦେଖି ଆଚମ୍ବିତ ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ, ଦେଲେ ଏମିତି ରିଆକ୍ସନ; ଦେଖନ୍ତୁ ଭିଡିଓ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଆଜି ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ ସେ ଅହମ୍ମଦାବାଦରେ ବିମାନ ଯୋଗେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ କୋଳାଗ୍ରତ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଅହମ୍ମଦାବାଦର ଏୟାରପୋର୍ଟରେ ତାଙ୍କୁ ଜୋରସୋରରେ ସ୍ୱାଗତ କରାଯାଇଥିଲା। ଗୁଜରାଟ ଫୋକ୍‌ ଡ୍ୟାନ୍ସରମାନେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ପାରମ୍ପରିକ ଅନ୍ଦାଜରେ ସ୍ୱାଗତ କରିଥିଲେ। ମେଲାନିଆ ଭାରତର ପାରମ୍ପରିତ ଡ୍ୟାନ୍ସ ଦେଖି ଉଦ୍‌ବୁଧ ହୋଇଯାଇଥିବା ଦେଖାଯାଇଛି। ସେ ମନ ଭରି ଏହାକୁ ଉପଭୋଗ କରିଥିଲେ।

ପାରମ୍ପରିକ ନୃତ୍ୟ କରୁଥିବା ମହିଳାମାନେ ମୁଣ୍ଡରେ କଳସୀ ଧରି ନାଚୁଥିବା ଦେଖି ମେଲାନିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏହି ଡ୍ୟାନ୍ସକୁ ଖୁବ୍‌ ଆଗ୍ରହର ସହ ଦେଖିଥିଲେ।

ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜାରେଡ କୁଶନରଙ୍କ ସମେତ ଅନ୍ୟ ଆମେରିକୀୟ ଅଧିକାରୀ ଉପସ୍ଥିତ ଥିଲେ। ଟ୍ରମ୍ପ ଓ ମୋଦି ବିମାନବନ୍ଦରରୁ ସିଧାସଳଖ ସାବରମତୀ ଆଶ୍ରମ ଯାଏଁ ରୋଡ୍‌ ଶୋ’ରେ ଯାଇଥିଲେ। ସେଠାରୁ ସେ ନବନିର୍ମିତ ମୋଟେରା କ୍ରିକେଟ୍‌ ଷ୍ଟାଡିୟମ୍‌ ଯାଇ ଉଦ୍‌ଘାଟନ୍‌ କରିଛନ୍ତି। ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଟ୍ରମ୍ପ ଯୋଗ ଦେବେ ବୋଲି ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.