ଭାଇରାଲ ହେଲା ଚୀନ ଲକଡାଉନ୍‌ର ଚିତ୍ର: ସର୍ଭିଲାନ୍ସ ପାଇଁ ଯାଉଛନ୍ତି ଶହଶହ ସ୍ୱାସ୍ଥ୍ୟକର୍ମୀ, ଜୀବନ ବିକଳରେ ଖସି ପଳାଉଛନ୍ତି ଲୋକେ

ଚୀନ୍ : ଚୀନ୍ ଲକଡାଉନ୍‌ ବେଳେ କିଛି ଲୋକ କିଭଳି ବାହାରକୁ ଯିବାକୁ ଉଦ୍ୟମ କରୁଛନ୍ତି । ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ପ୍ରାଣ ବିକଳରେ ଖସିବାକୁ ଉଦ୍ୟମ କରୁଛନ୍ତି ଲୋକେ । ତାଲାବନ୍ଦୀ ବେଳେ କିଛି ଲୋକ ଜୀବନ ବିକଳରେ ବାହାରକୁ ଯିବାକୁ ଉଦ୍ୟମର ଭିଡ଼ିଓ ଭାଇରାଲ ହୋଇଛି । ଏପଟେ ଚୀନ ଲକଡାଉନ୍‌ର ଆଉ ଏକ ଚିତ୍ର ମଧ୍ଯ ଭାଇରାଲ ହେଉଛି । ଶହଶହ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ ସହରରେ ସର୍ଭିଲାନ୍ସ ପାଇଁ ଯାଉଛନ୍ତି । ଏହାର ଏକ ଭିଡ଼ିଓ ଭାଇରାଲ ହୋଇଛି ।

doctor

ଚୀନରେ ଏବେ ସବୁଠୁ ବଡ଼ ଲକଡାଉନ୍‌ । ଚୀନରେ କୋଭିଡ ସଂକ୍ରମଣ ରୋକିବାକୁ ସବୁଠୁ ବଡ ଲକଡାଉନ୍‌ । ଚୀନ୍‌ ଏହାର ଜିଆନ୍‌ ସହରର ୧୩ ନିୟୁତ ଲୋକଙ୍କୁ ତାଲାବନ୍ଦୀରେ ରଖାଯାଇଛି । ଚୀନରେ ଏହା ସବୁଠୁ ବଡ଼ ଲକଡାଉନ୍‌ ବୋଲି କୁହାଯାଉଛି । ଚୀନ ଲୋକମାନଙ୍କୁ ଘରେ ରହିବାକୁ କହିଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦିନକୁ ଥରେ ବା ଦୁଇ ଦିନକୁ ଥରେ ବାହାରକୁ ବାହାରିବା ଅନୁମତି ରହିଛି। ନହେଲେ ଜରୁରୀ ଆବଶ୍ୟକ ହେଲେ ବାହାରକୁ ବାହାରି ହେବ । ଜିଆନରେ ୧୪ ଜିଲ୍ଲାରେ ୧୨୭ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା । ଫଳରେ ଚୀନ ଏହାର କଟକଣା କଡାକଡି କରିଛି ।

ବର୍ଷେ ହେଲାଣି ଟିକାକରଣ ଆରମ୍ଭ ହେଲେଣି । ତଥାପି ଆଫ୍ରିକାରେ ୪ ଜଣରୁ ୩ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ନାହାନ୍ତି । କିଛି ଦେଶ ବ୍ଲାଙ୍କେଟ ବୁଷ୍ଟର ଡୋଜ୍‌ ଆରମ୍ଭ କରିଛନ୍ତି । ଅନ୍ୟପଟେ ବିଶ୍ୱର ଅଧାଦେଶ ସେପ୍ଟେମ୍ବର ମାସ ସୁଦ୍ଧା ୪୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ କରିଛନ୍ତି । ସମାନ ଭାବେ ବିତରଣ କରାଯାଇପାରିଥିଲେ ଲକ୍ଷ୍ୟ ପୂରଣ ହୋଇପାରିଥାନ୍ତା ବୋଲି କହିଛନ୍ତି WHO ଡିଜି । ୨୦୨୧ ସମସ୍ତଙ୍କ ପାଇଁ କଷ୍ଟଦାୟକ ବର୍ଷ ଥିଲା । ୨୦୨୨ ମହାମାରୀ କରୋନା ଶେଷ ହେଉ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.