Below header

ମେଘାଳୟର ଉତ୍ତର ଗାରୋ ପର୍ବତରେ ଭୂମିକମ୍ପ, ତୀବ୍ରତା ୫.୨; ଆସାମ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ମଧ୍ୟ ଝଟ୍‌କା ଅନୁଭୂତ

ମେଘାଳୟର ଉତ୍ତର ଗାରୋ ପର୍ବତରେ ସୋମବାର ସନ୍ଧ୍ୟା ୬ଟା ୧୫ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ରହିଥିଲା ୫.୨।

ମେଘାଳୟର ଉତ୍ତର ଗାରୋ ପର୍ବତରେ ସୋମବାର ସନ୍ଧ୍ୟା ୬ଟା ୧୫ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ରହିଥିଲା ୫.୨। ଏହି ଝଟ୍‌କା ଆସାମ ସମେତ ଆଖପାଖ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂକମ୍ପ ବିଷୟରେ ସୂଚନା ଦେଇଛି।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ମେଘାଳୟ ବ୍ୟତୀତ ଆସାମ, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଝଟ୍‌କା ଅନୁଭବ କରାଯାଇଛି। ଭୂମିକମ୍ପ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

କହି ରଖିଛୁ, ଏହା ପୂର୍ବରୁ ରବିବାର ରାତି ୧୧ଟା ୨୬ ମିନିଟ୍‌ରେ ହରିୟାଣାର ରୋହତକରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୨.୬। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ଭୂକମ୍ପର କେନ୍ଦ୍ର ରୋହତକଠାରୁ ୭ କିମି ପୂର୍ବ ଦକ୍ଷିଣ ପୂର୍ବରେ ଥିଲା, ଯାହା ଭୂପୃଷ୍ଠର ୫ କିମି ଗଭୀରରେ ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.