Below header

ନେପାଳ ଓ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ

ନୂଆଦିଲ୍ଲୀ : ଆଜି ସକାଳେ ନେପାଳ ରାଜଧାନୀ କାଠମାଂଡୁ ଅନ୍ତର୍ଗତ ଧାଦିଙ୍ଗ ଜିଲ୍ଲାର ନବିସେ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୬.୧୪ ମିନିଟ୍‌ରେ କାଠମାଂଡୁରେ ଥରେ ଏବଂ ଧାଦିଙ୍ଗରେ ୬.୨୯ ଓ ୬.୪୦ ମିନିଟ୍‌ରେ ଦୁଇଥର ଝଟ୍‌କା ଲାଗିଥିଲା । କାଠମାଂଡୁରେ ତୀବ୍ରତା ଥିଲା୪.୮ । ସେହିପରି ଧାଦିଙ୍ଗରେ ଯଥାକ୍ରମେ ୫.୨ ଓ ୪.୩ ତୀବ୍ରତାର ଝଟ୍‌କା ଲାଗିଥିଲା ।
ଗତକାଲି ଭାରତର ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ େଓ୍ଵଷ୍ଟ ସିଆଙ୍ଗ ଅଞ୍ଚଳରେ ୫.୮ ତୀବ୍ରତାର ଭୂମିକମ୍ପ ଝଟକା ଆସିଥିବା ସୂଚନା ମିଳିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.