୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ, ଡିସେମ୍ବର ୩ରେ ଗଣତି

ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୭ ତାରିଖରେ ମିଜୋରାମ, ଛତିଶଗଡରେ ୭ ଏବଂ ୧୭ ନଭେମ୍ବର, ୧୭ ତାରିଖରେ ରାଜସ୍ଥାନ ଏବଂ ୨୩ ନଭେମ୍ବରରେ ରାଜସ୍ଥାନ, ତେଲେଙ୍ଗାନା ୩୦ ନଭେମ୍ବର ଭୋଟ ଗ୍ରହଣ ହେବ। ସେହିପରି ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ ।

ଦେଶର ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୭ ତାରିଖରେ ମିଜୋରାମ, ଛତିଶଗଡରେ ୭ ଏବଂ ୧୭ ନଭେମ୍ବର, ୧୭ ତାରିଖରେ ରାଜସ୍ଥାନ ଏବଂ ୨୩ ନଭେମ୍ବରରେ ରାଜସ୍ଥାନ, ତେଲେଙ୍ଗାନା ୩୦ ନଭେମ୍ବର ଭୋଟ ଗ୍ରହଣ ହେବ। ସେହିପରି ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ । କେବଳ ଛତିଶଗଡରେ ୨ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଡିସେମ୍ବର ୫ ତାରିଖରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ସରିବ ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ୫ ଟି ରାଜ୍ୟର ସମସ୍ତ ୬୭୯ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ୫ ଟି ରାଜ୍ୟରେ ୭.୮ କୋଟି ମହିଳା ଭୋଟର ଅଛନ୍ତି । ମଧ୍ୟପ୍ରଦେଶରେ ୫.୬ କୋଟି ଭୋଟର ଅଛନ୍ତି । ରାଜସ୍ଥାନରେ ୫.୨୫ କୋଟି ଭୋଟର ଅଛନ୍ତି । ଛତିଶଗଡରେ ୨.୦୩ କୋଟି ଭୋଟର ଭୋଟ୍ ଦେବେ । ମିଜୋରାମରେ ୮.୨୫ ଲକ୍ଷ ଭୋଟର ଭୋଟ୍ ଦେବେ । ଏହି ରାଜ୍ୟଗୁଡିକରେ ୬୦.୨ ଲକ୍ଷ ଭୋଟର ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବେ ।

ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବର ଓ ୨୦୨୪ ଜାନୁଆରୀ ମଧ୍ୟରେ ଉପରୋକ୍ତ ୫ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେବାର ୬ରୁ ୮ ସପ୍ତାହ ପୂର୍ବରୁ ଭାରତର ନିର୍ବାଚନ କମିଶନ ସାଧାରଣତଃ ସମୟ-ନିର୍ଘଣ୍ଟ ଧାର୍ଯ୍ୟ କରାଯାଏ । ୨୦୧୮ ମସିହାରେ ମିଜୋରାମ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟରେ ଏକ ସଙ୍ଗେ ବିଧାନସଭା ନିର୍ବାଚନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.