Below header

ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ EDର ସମନ, ସାମ୍ନାରେ ବସାଇ କରାଯାଇପାରେ ପଚରାଉଚରା

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡିର ପଚରାଉଚରା ଜାରି ରହିଛି। ଏହାରି ଭିତରେ କେନ୍ଦ୍ରୀୟ ଏଜେନ୍ସି ଆପ୍‌ ନେତାଙ୍କ ୨ ଘନିଷ୍ଠ ସହଯୋଗୀଙ୍କୁ ସମନ କରିଛି। ସେମାନେ ହେଲେ, ବିବେକ ତ୍ୟାଗି ଓ ସର୍ବେଶ ମିଶ୍ରା।

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡିର ପଚରାଉଚରା ଜାରି ରହିଛି। ଏହାରି ଭିତରେ କେନ୍ଦ୍ରୀୟ ଏଜେନ୍ସି ଆପ୍‌ ନେତାଙ୍କ ୨ ଘନିଷ୍ଠ ସହଯୋଗୀଙ୍କୁ ସମନ କରିଛି। ସେମାନେ ହେଲେ, ବିବେକ ତ୍ୟାଗି ଓ ସର୍ବେଶ ମିଶ୍ରା। ଆଜି ଏହି ଦୁଇଜଣ ଇଡିରେ ହାଜର ହେବେ। ଏହା ବ୍ୟତୀତ ମଦ ଦୁର୍ନୀତିରେ ଅଭିଯୁକ୍ତ ଦିନେଶ ଅରୋରାଙ୍କ ସହଯୋଗୀ କନଓ୍ଵରବୀର ସିଂଙ୍କୁ ମଧ୍ୟ ଇଡି ସଞ୍ଜୟ ସିଂଙ୍କ ମାମଲାରେ ପଚରାଉଚରା ପାଇଁ ଡକାଇଛି।

ଅଭିଯୋଗ ରହିଛି ଯେ ସଞ୍ଜୟ ସିଂଙ୍କ ଜରିଆରେ ସର୍ବେଶ ମିଶ୍ରା ୧ କୋଟି ଟଙ୍କା ପାଇଥିଲେ। ସଞ୍ଜୟ ସିଂଙ୍କୁ ତାଙ୍କର ଦୁଇ ଘନିଷ୍ଠ ସହଯୋଗୀଙ୍କ ସମ୍ମୁଖରେ ବସାଇ ଇଡି ପଚରାଉଚରା କରିପାରେ। ସର୍ବେଶ ମିଶ୍ରା ସଞ୍ଜୟ ସିଂଙ୍କ ଆନ୍ଦୋଳନ ସମୟରେ ଯୁବ ସହଯୋଗୀ ଥିଲେ। ତାଙ୍କୁ ଦଳର ମୁଖପାତ୍ର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଥିବା ବେଳେ ସଞ୍ଜୟ ସିଂଙ୍କ ସମସ୍ତ ପୋଷ୍ଟ୍‍କୁ ମଧ୍ୟ ସେୟାର କରୁଥିଲେ। ସେହିପରି ବିବେକ ତ୍ୟାଗି ଆରମ୍ଭରୁ ହିଁ ସଞ୍ଜୟ ସିଂଙ୍କ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଆସିଥିଲେ।

ସେପଟେ ବର୍ତ୍ତମାନ ସଞ୍ଜୟ ସିଂ ପାଞ୍ଚ ଦିିନିଆ ଇଡି ରିମାଣ୍ଡରେ ଅଛନ୍ତି। ଏହି ସମୟ ମଧ୍ୟରେ ଟଙ୍କା ଲେଣଦେଣ ଏବଂ ଏଥିରେ ଜଡ଼ିତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ବିଷୟରେ ପଚରାଯିବ। ଅକ୍ଟୋବର ୧୦ ପର୍ଯ୍ୟନ୍ତ ସଞ୍ଜୟ ସିଂ ଇଡି ହେପାଜତରେ ରହିବେ। କହି ରଖୁଛୁ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି। ସଞ୍ଜୟ ସିଂ ଏହି ଦୁର୍ନୀତି ମାମଲାରେ ଜଡ଼ିତ ଦଳର ତୃତୀୟ ନେତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.