ଇଜିପ୍ଟରେ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳି ଚଳାଇଲା ପୋଲିସ, ଇସ୍ରାଏଲର ୨ ପର୍ଯ୍ୟଟକ ମୃତ

ହାମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଦୁଇ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସଦ୍ୟତମ ରିପୋର୍ଟ ମୁତାବକ, ଇଜିପ୍ଟରେ ଜଣେ ପୋଲିସ୍ କର୍ମଚାରୀ ଇସ୍ରାଏଲ୍‌ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ହାମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଦୁଇ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସଦ୍ୟତମ ରିପୋର୍ଟ ମୁତାବକ, ଇଜିପ୍ଟରେ ଜଣେ ପୋଲିସ୍ କର୍ମଚାରୀ ଇସ୍ରାଏଲ୍‌ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଆଲେକ୍ସଜାଣ୍ଡାରିଆରେ ଇଜିପ୍ଟର ପୋଲିସ୍ କର୍ମଚାରୀ ଇସ୍ରାଏଲ୍ ପର୍ଯ୍ୟଟକଙ୍କ ବସ୍‌ ଉପରକୁ ଗୁଳି ଚାଳନା କରିଥିଲେ।

ବନ୍ଧୁକଧାରୀ ପୋଲିସ ଇସ୍ରାଏଲ ପର୍ଯ୍ୟଟକ ଦଳ ଯାଉଥିବା ବସ୍‌କୁ ଟାର୍ଗେଟ୍‌ କରିଥିଲେ। ରୁଷୀୟ ନ୍ୟୁଜ୍ ଏଜେନ୍ସି ଆରଟିର ରିପୋର୍ଟ ମୁତାବକ, ପୋଲିସ ଗୁଳିରେ ଦୁଇ ଇସ୍ରାଏଲ୍ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ସେପଟେ ଏହି ଆକ୍ରମଣରେ ଜଣେ ଇଜିପ୍ଟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି।

କହି ରଖୁଛୁ ଯେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ଗୋଷ୍ଠୀ ହାମାସ୍‌, ଇସ୍ରାଏଲ୍‌ ଉପରେ ୫ ହଜାର ରକେଟ୍‌ ମାଡ଼ କରିଥିଲା। ଏହି ଭୀଷଣ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ, ହାମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଏବଂ ଏୟାର ଷ୍ଟ୍ରାଇକ୍‌ ଆରମ୍ଭ କରିଥିଲା। ଏହି ଯୁଦ୍ଧରେ ଉଭୟ ପକ୍ଷରୁ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି।

ଗତ କାଲି ହାମାସ ୫୦୦୦ ରକେଟ୍‌ ସାହାଯ୍ୟରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ କାରଣରୁ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ସମର୍ଥକ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଇସ୍ରାଏଲ୍ ନିଜ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ହାମାସ ରକେଟ୍‌ ଆକ୍ରମଣର ଜବାବ ଦେଇଛି। ଇସ୍ରାଏଲ ହାମାସର ଅନେକ ରକେଟକୁ ଧ୍ୱଂସ କରି ଦେଇଛି। କିନ୍ତୁ ଆବାସିକ ଅଞ୍ଚଳରେ ରକେଟ ପଡ଼ିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.