Below header

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟ ରାଷ୍ଟ୍ରପତି ଫତହ ଅଲ-ସିସି, ରହିଛି ୭୫ ବର୍ଷର ରାଜନୈତିକ ସମ୍ପର୍କ

ନୂଆଦିଲ୍ଲୀ : ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ସମାରୋହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟର ରାଷ୍ଟ୍ର ପତିଫତହ ଅଲ-ସିସି । ଚଳତି ବର୍ଷ ଭାରତ ଜି ୨୦ ରେ ଅଧ୍ୟକ୍ଷତା ଅବସରରେ ଇଜିପ୍ଟକୁ ଅତିଥି ଦେଶ ଭାବେ ଆମନ୍ତ୍ରଣ କରିଛି ।

ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଅତିଥି ଭାବେ ଯୋଗ ଦେବାକୁ ଅଲ ସିସି ନିମନ୍ତ୍ରଣ ସ୍ୱୀକାର କରିଛନ୍ତି । ଭାରତରେ ଗଣତନ୍ତ୍ର ଦିବସ ଅବସରରେ ଯୋଗଦେଇଥିବା ଅତିଥିଙ୍କୁ ବିଶେଷ ରୁପେ ସତ୍କାର କରାଯିବା ସହ ତାଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଆଗରେ ଗାର୍ଡ ଅଫ୍‌ ଅନର ଦିଆଯାଇଥାଏ । ରାଷ୍ଟ୍ରପତି ଅଲ ସିସିଙ୍କ ସହ ଅନ୍ୟ ୧୮୦ ଅତିଥି ମଧ୍ୟ ଗଣତନ୍ତ୍ର ସମାରୋହରେ ଯୋଗ ଦେବେ ।

ଭାରତ-ଇଜିପ୍ଟ ରାଜନୈତିକ ସମ୍ପର୍କ ୨୦୨୨ ରେ ୭୫ ବର୍ଷ ପୁରି ଯାଇଛି । ଏହି ଅବସରରେ ଅଲ-ସିସିଙ୍କ ଭାରତ ଆଗମନ କିଛି ଖାସ ଆଶା କରାଯାଉଛି । ୧୯୪୭ ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନ ହେବାର ୩ ଦିନ ପରେ ଦୁଇ ଦେଶ ଔପଚାରିକ ସମ୍ପର୍କ ସ୍ଥାପନ କ ରିଥିଲେ । ରାଷ୍ଟପତି ହେବା ପରେ ଅଲ-ସିସି ୩ୟ ଥର ପାଇଁ ଭାରତ ଯାତ୍ରାରେ ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.