ବଜାରକୁ ଆସିଲା Realme ର ଦୁଇ ନୂଆ ଏସି, ଚାଲିବା ପାଇଁ ଖର୍ଚ୍ଚ କରିବ ଖୁବ କମ ବିଜୁଳି

କେନ୍ୟୁଜ୍‌(ବ୍ୟୁରୋ): ଏବେ ଚାଲିଛି ଶୀତ । ଆଉ ଦିନ କେଇଟା ପରେ ଖୁବଶୀଘ୍ର ଆସିଯିବ ଖରାଦିନ । ଏହାସହ ଅସହ୍ୟ ଗରମ ଅନୁଭୂତ ହେବ । ଗରମ ଦାଉରୁ ରକ୍ଷା ପାଇବା ପାଇଁ ଆମେ କୁଲର ଓ ଏସି ବ୍ୟବହାର କରିଥାଉ । ଘରେ ଅଧିକ ମାତ୍ରାରେ ଏସି ଚଳାଇଲେ ଅଧିକ ବିଜୁଳି ବିଲ ଦେବାକୁ ପଡ଼ିବ । ଉପାଉ ବି ନାଇ ଏପଟେ ଗରମ ଓ ଅନ୍ୟପଟେ ବିଜୁଳି ବିଲ । ଅକଳରେ ପଡ଼ିବା ସ୍ୱାଭାବିକ । ଆପଣଙ୍କୁ କିନ୍ତୁ ଅକଳରେ ପଡ଼ିବାକୁ ପଡ଼ିବ ନାହିଁ । Realme ବଜାରକୁ ନେଇ ଆସିଛି ଦୁଇ ଦୁଇଟି 4 ଇନ 1 କନଭର୍ଟିବଲ ଇନଭୋଟର ଏସି । ଯାହା ଚାଲିବା ପାଇଁ ଖୁବ କମ ଶକ୍ତିର ଆବଶ୍ୟକ କରିବ । ଏଥିରେ ଆପଣ ଆପଣଙ୍କ ବିଜୁଳି ବିଲରେ କମ କରିପାରିବେ ।

Realme ବଜାରକୁ ଦୁଇଟି ନୂଆ ଏସି ନେଇ ଆସିଛି । ଗୋଟିଏ ୧ ଟନର ହୋଇଥିବା ବେଳେ ଅନ୍ୟଟି ୧.୫ ଟନର ରହିଛି । ଏହାର ରେଟିଂ ୪ରୁ ୫ ଷ୍ଟାର ରହିଛି । ଯାହା କମ ବିଜୁଳି ଖର୍ଚ୍ଚରେ ଚାଲି ପାରିବ । ଏଥିରେ ଫ୍ଲେକସି କଣ୍ଟ୍ରୋଲର ସୁବିଧା ରହିଛି । ଏହି ସୁବିଧା ଫଳରେ ଅଲଗା ଅଲଗା କାପାସିଟିରେ ଏସିକୁ ଚଳାଇ ପାରିବା । ଅର୍ଥାତ ଘର ଭିତରେ କେତେଲୋକ ଅଛନ୍ତି ସେହି ହିସାବରେ ଏସିକୁ ନିୟନ୍ତ୍ରିତ କରାଯାଇ ପାରିବ । ଏଥିରେ ରାପିଡ଼ କୁଲର ଫିଚର ରହିଛି, ଯାହା ଖୁବ ଜଲଦି ଥଣ୍ଡା ପରିବେଶ ସୃଷ୍ଟି କରିବ । ଏହି ଏସିରେ ଏୟାର ଫ୍ଲୋ ବି ଅଧିକ ରହିବ । ଯାହା ୨୦ ମିନିଟ ଭିତରେ ଥଣ୍ଡା ପରିବେଶ ସୃଷ୍ଟି କରିପାରିବ ।

ଏଥିରେ ବ୍ୟବହାର କରାଯାଇଥିବା ଇନଭୋଟର ଟେକ୍ନୋଲୋଜି ପ୍ରତିକୁଳ ପରିସ୍ଥିତିରେ କାମ କରିବା ପାଇଁ ସହାୟକ ହେବ ଓ ଯଥା ସମ୍ଭବ ବିଜୁଳି ବଞ୍ଚାଇବ । ଏଥିରେ ବିଲ୍ଡ-ଇନ-ସର୍କିଟ ରହିଛି ଯାହା ଲୋ ଭୋଲଟେଜରେ ବି ଏସିକୁ ଚଳାଇ ପାରିବ । ଏହାସହ ବିଦ୍ୟୁତ ପ୍ରବାହକୁ ସୁଗମ କରିବ । ଏହି ଏସିରେ R32 ରହିଛି ଯାହା ସିଏଚଜି ଏମିସନକୁ କମାଇବ । ଯାହା ଓଜନ ସ୍ତରର ଡିପ୍ଲେସନକୁ ବହୁ ପରିମାଣରେ କମାଇବ । କହିବାକୁ ଗଲେ ଏହା ପରିବେଶୀୟ ବନ୍ଧୁ ଭଳି ହେବ ।

Realme ଇଣ୍ଡିଆର ସିଇଓ ମାଧବ ସେଠ କହିଛନ୍ତି ଏହି ଉତ୍ପାଦଟି ଅଧିକ ଫିଚର ନେଇ ବଜାରକୁ ଆସିଛି । ଏହା ଗ୍ରାହକ ପ୍ରତି ଫ୍ଲେକସିବଲ ହେବାସହ ସସ୍ତା ଓ ମଜବୁତ ହେବ । ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ । ଫ୍ଲିପକାର୍ଟରେ ଏହାର ମୂଲ୍ୟ ୨୮ ହଜାର ୪୯୯ ରହିଛି ।

 

Leave A Reply

Your email address will not be published.