ତାମିଲନାଡୁ: ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
ତାମିଲନାଡୁର ଭେମ୍ବାକୋଟାଇରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୋଲିସ ବିସ୍ଫୋରଣ ବିଷୟରେ ସୂଚନା ଦେଇଛି ।
ତାମିଲନାଡୁର ଭେମ୍ବାକୋଟାଇରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୋଲିସ ବିସ୍ଫୋରଣ ବିଷୟରେ ସୂଚନା ଦେଇଛି । ପୋଲିସ ପ୍ରାରମ୍ଭିକ ଯାଞ୍ଚ କରି ବିସ୍ଫୋରଣ କାରଣ ଖୋଜୁଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ମୁତାବକ, ତାମିଲନାଡୁର ଭେମ୍ବାକୋଟାଇରେ ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଏକ ବିସ୍ଫୋରଣ ଘଟିଥିଲା । ଉକ୍ତ ବିସ୍ଫୋରଣ ପରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପରେ ହସ୍ପିଟାଲ ନେବା ସମୟରେ ଆଉ ଦୁଇଜଣ ପ୍ରାଣ ହରାଇଥିଲେ । ସ୍ଥାନୀୟ ଲୋକ କହିଛନ୍ତି ଯେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିରାଟ ଶବ୍ଦ ହୋଇଥିଲା । କାରଖାନା ନିକଟରେ ଥିବା ଚାରୋଟି ବିଲ୍ଡିଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ବିଷୟରେ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।