ଆଇଜିଙ୍କ ନାଁରେ ଫେକ ଆକାଉଣ୍ଟ କରି ଲୁଟୁଥିଲା ଟଙ୍କା, ଶେଷରେ ଆକାଉଣ୍ଟ ହେଲା ବ୍ଲକ
ଛତିଶଗଡ଼ରୁ ଏକ ଆଶ୍ଚର୍ଯର୍୍ୟକାରୀ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସାଇବର କ୍ରାଇମର ଶେଷ ସୀମା ପାର ହେବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ସାଇବର ଅପରାଧିଙ୍କ ପ୍ରଭାବ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଏବେ ଆଇଜିଙ୍କର ଫର୍ଜି ଆଇଡ଼ି ତିଆରି କରି ଲୋକଙ୍କଠୁ ଟଙ୍କା ହଡ଼ପ କରିଚାଲିଛନ୍ତି ।
ବସ୍ତର ଆଇଜି ସୁନ୍ଦରରାଜଙ୍କ ଫେସବୁକରେ ଫେକ ଆଇଡି ତିଆରି କରି ସାଇବର ଅପରାଧି ଅନେକଙ୍କ ଠାରୁ ଟଙ୍କା ଲୁଟିଥିବା ଖବର ଏବେ ଚର୍ଚ୍ଚା ଘେରରେ । ଆକାଉଣ୍ଟ ତିଆରି କରି ପ୍ରଥମେ ଲୋକଙ୍କ ସହ ଚାଟିଙ୍ଗ କରନ୍ତି । ପରେ ସାହାଯ୍ୟ ଆକାରରେ ଟଙ୍କା ମାଗନ୍ତି । କିନ୍ତୁ ଏଯାଏଁ କେହି ବି ତାଙ୍କ ଜାଲରେ ଫସି ନାହାନ୍ତି । ଦେଖନ୍ତୁ ସେହି ଚାଟିଙ୍ଗର ଫଟୋ..
ବସ୍ତର ଆଇଜି ସୁନ୍ଦରରାଜ ଏହି ଘଟଣା ଜାଣିଲା ପରେ ନ୍ୟାସନାଲ ନ୍ୟୁଜ ଚ୍ୟାନେଲ ସହ କଥା ହୋଇ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ସୂଚନା ଅନୁଯାୟୀ, ୩ ଦିନ ପୂର୍ବେ ସେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ।ଏହାପରେ ସାଇବର ସିକ୍ୟୁରିଟି ମାଧ୍ୟମରେ ଏହି ଫେକ ଆଇଡିକୁ ବ୍ଲକ କରିଦିଆଯାଇଛି । ତେବେ ବସ୍ତର ଆଇଜି ସୁନ୍ଦରରାଜ ୨୦୦୯ ମସିହାରେ ଏସପି ପୋଷ୍ଟରେ ଦାଖଲ ହୋଇଥିଲେ, ପରେ ତାଙ୍କ କାର୍ଯ୍ୟ ଦେଖି ତାଙ୍କୁ ଡିଆଇଜି, ପ୍ରଭାରୀ ଆଇଜି ଓ ପରେ ଛତିଶଗଡ଼ ଶାସନର ଆଇଜି ରୂପେ ନିଯୁକ୍ତ କରାଯାଇଥିଲା ।