Fake Dating ଚକ୍କରରେ ୬୫ ବର୍ଷୀୟ ବୃଦ୍ଧ ହରାଇଲେ ୭୩ ଲକ୍ଷ ଟଙ୍କା, ମାମଲା ରୁଜୁ

ଧୋକା ଦେଲା ପ୍ରେମ। ସୋସିଆଲ ମିଡିଆରେ Fake Dating ଚକ୍କରରେ କେମିତି ଲୋକମାନେ ଫସି ସ୍ୱବର୍ସ ହରାଉଛନ୍ତି, ହୁଏତ ଏପରି ଅନେକ ଖବର ଆପଣ ନିଶ୍ଚିତ ଶୁଣିଥିବେ। ଆଜିକାଲିର ଯୁବପିଢି ଏପରି ଭୁଲ କରୁଛନ୍ତି କିନ୍ତୁ ଜଣେ ବୟସ୍କ ବୃଦ୍ଧ ଏପରି Fake Dating ଚକ୍କରରେ ନିଜର ଅର୍ଜିତ ୭୩ ଲକ୍ଷ ଟଙ୍କା ହରାଇଛନ୍ତି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। ଏପରି ଘଟଣା ନଭି ମୁମ୍ବାଇରେ ଘଟିଛି। ଏହି ମାମଲାରେ ଏକ ମିଛ କଲ୍‌ ସେଣ୍ଟର ସହିତ ଜଡିତ ତିନି ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି। ଯେଉଁଥିରେ ଜଣେ ମହିଳା ଏବଂ ଟ୍ରାନ୍ସଜେଣ୍ଡର ମଧ୍ୟ ସାମିଲ ରହିଛନ୍ତି। ଏହି ତିନି ଜଣ ମିଶି ୬୫ ବର୍ଷୀୟ ବୃଦ୍ଧଙ୍କ ଠାରୁ ୭୩ ଲକ୍ଷ ଟଙ୍କା ଗାଏବ କରିନେଇଛନ୍ତି।

date

ଘଟଣା ମୁତାବକ, ୨୦୧୮ରେ ଏକ କନସର୍ଟରେ ୬୫ ବର୍ଷୀୟ ବୃଦ୍ଧ ଜଣକ ଜଣେ ମହିଳାଙ୍କ ସହିତ ସାକ୍ଷାତ ହୋଇଥିଲା। ସେହି ମହିଳା ଜଣକ ବୃଦ୍ଧଙ୍କୁ ଡେଟିଂ ସର୍ଭିସ ବିଷୟରେ ଜଣାଇଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ମେମ୍ବରସିପ୍‌ ଏବଂ ରେଜିଷ୍ଟ୍ରେସନ କରିବା ପାଇଁ ମୋଟା ଅଙ୍କର ଫିସ୍‌ ମଧ୍ୟ ନେଇଥିଲେ। କହିଥିଲେ ଡେଟିଂ ପାଇଁ ଝିଅ ସଠିକ୍‌ ସ୍ଥାନରେ ପହଞ୍ଚିଯିବ। କିନ୍ତୁ ଏମିତି କିଛି ହେଲା ନାହିଁ। ତେଣୁକରି ବୃଦ୍ଧ ଜଣକ ମେମ୍ବରସିପ୍‌ ରଦ୍ଦ କରିବାକୁ କହିଥିଲେ, କିନ୍ତୁ ସେହି ମହିଳା ଜଣକ ବୃଦ୍ଧଙ୍କୁ ଅଧିକ ପଇସା ଦାବି କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଧମକ ଦେଲେ ଏବଂ ଯୁବତୀମାନଙ୍କ ସହିତ ଖରାପ ସମ୍ପର୍କ ରଖୁଥିବା କଥା ପୋଲିସକୁ ଜଣାଇବାକୁ ଧମକ ଦେଇଥିଲେ। ଏହାସହ ବୃଦ୍ଧଙ୍କ ଘରକୁ ନକଲି ନୋଟିସ୍‌ ମଧ୍ୟ ପଠାଇଲେ। ମହିଳାଙ୍କ ଏପରି କଥାରେ ଡରି ବୃଦ୍ଧ ଜଣକ ଅଲଗା ଅଲଗା ଆକାଉଣ୍ଟରୁ ୭୩ ଲକ୍ଷ ଟ୍ରାନ୍ସଫର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.