ମହାରାଷ୍ଟ୍ର ସରକାର ଭାଙ୍ଗିବା ନେଇ କଳ୍ପନା ଜଳ୍ପନା, ଏଥର ଏନସିପିରୁ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରରେ ସରକାର ଦୁଇ ଥର ପରିବର୍ତ୍ତନ ହେଲାଣି। ପ୍ରଥମେ ଉଦ୍ଧବ ଠାକରେଙ୍କ ସରକାରରେ ଅନ୍ତର୍ଦ୍ୱନ୍ଦ ଦେଖାଯିବା ପେର ଏକନାଥ ସିନ୍ଧେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ଏବେ ପୁଣି ମହାରାଷ୍ଟ୍ରରେ ସରକାର ଭାଙ୍ଗିଯିବାର ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଏନସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କ ବିବୃତ୍ତି ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଦୁଇ ଥର ପରିବର୍ତ୍ତନ ହେଲାଣି । ପ୍ରଥମେ ଉଦ୍ଧବ ଠାକରେଙ୍କ ସରକାରରେ ଅନ୍ତର୍ଦ୍ୱନ୍ଦ ଦେଖାଯିବା ପେର ଏକନାଥ ସିନ୍ଧେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ଏବେ ପୁଣି ମହାରାଷ୍ଟ୍ରରେ ସରକାର ଭାଙ୍ଗିଯିବାର ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଏନସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କ ବିବୃତ୍ତି ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ପାଟିଲ କହିଛନ୍ତି ଯେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପିରୁ ହୋଇ ପାରନ୍ତି । କାରଣ ଏହି ସରକାର ଆଉ ବେଶୀ ଦିନ ତିଷ୍ଟିବ ନାହିଁ ।ଶିବସେନାର ୧୬ ଜଣ ବିଧାୟକଙ୍କ ଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାର ଅଛି | ଏହି ବିଧାୟକମାନେ ଗତ ବର୍ଷ ବିଦ୍ରୋହ କରିଥିଲେ ଏବଂ ସିନ୍ଦେଙ୍କ ଦଳରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାମ ମଧ୍ୟ ଏହି ବିଧାୟକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି।

ସୁପ୍ରିମକୋର୍ଟ ଯଦି ବିଧାୟକଙ୍କ ବିରୋଧରେ ରାୟ ଦିଅନ୍ତି ତେବେ ଏନସିପି ସମର୍ଥନ ଦେବ | ଆଉ ଏନସିପି ସମର୍ଥନ ଦେଲେ ମୁଖ୍ୟମନ୍ତ୍ରୀ ଦାବିଦାର ଏବେ ଏନସିପି ହୋଇପାରେ । ଯେଉଁଥିପାଇଁ ଅଜିତ ପାଓ୍ଵାର ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ଥିଲେ । ଆଗକୁ ଏନସିପି ରାଜ୍ୟର ବୃହତ୍ତମ ଦଳ ଭାବେ ଦାବିଦାର ହୋଇପାରେ । ତେବେ ସୁପ୍ରମକୋର୍ଟଙ୍କ ରାୟ ପରେ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟିବ ।