ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି କାଦମ୍ବିନୀ, ବାରିପଦାରେ ଆୟୋଜିତ ହେଲା କାଦମ୍ବିନୀ ସାହିତ୍ୟ ମହୋତ୍ସବ

ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଏହି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ପତ୍ରିକା ଜଗତରେ ‘କାଦମ୍ବିନୀ’ ଏକ ଉଦାହରଣ ସୃଷ୍ଟି କରିଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ସମର୍ପିତ ‘କାଦମ୍ବିନୀ’ ଯେଭଳି ଭାବରେ ତା’ର ସଂଖ୍ଯାଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନେଇ ପ୍ରସ୍ତୁତ କରୁଛି ତାହା ବେଶ୍‌ ଉଲ୍ଲେଖନୀୟ ।

ବାରିପଦା (କେନ୍ୟୁଜ୍‌) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସଂରକ୍ଷଣ କ୍ଷେତ୍ରରେ ଗୋଟିଏ ପତ୍ରିକାର ଭୂମିକା ମହତ୍ୱପୂର୍ଣ୍ଣ । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଏହି ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ପତ୍ରିକା ଜଗତରେ ‘କାଦମ୍ବିନୀ’ ଏକ ଉଦାହରଣ ସୃଷ୍ଟି କରିଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ସମର୍ପିତ ‘କାଦମ୍ବିନୀ’ ଯେଭଳି ଭାବରେ ତା’ର ସଂଖ୍ଯାଗୁଡିକ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନେଇ ପ୍ରସ୍ତୁତ କରୁଛି ତାହା ବେଶ୍‌ ଉଲ୍ଲେଖନୀୟ । ‘କାଦମ୍ବିନୀ’କୁ ଓଡିଆ ପାଠକ ଜଗତରେ ଏହା ଏକ ଭିନ୍ନ ପରିଚୟ ଦେଇଛି ।

ଆଜି ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ-ବାରିପଦା’ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି ଏଥିରେ ଯୋଗ ଦେଇଥିବା ବକ୍ତାମାନେ । ‘କାଦମ୍ବିନୀ’ ସଂପାଦିକା ଡ. ଇତି ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏହାର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ । ଏହି ଅବସରରେ କାଦମ୍ବିନୀର ଦୀର୍ଘ ଯାତ୍ରାପଥ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ବାରିପଦାରେ ଆୟୋଜିତ ଏହି ଉତ୍ସବକୁ ‘କାଦମ୍ବିନୀ’ର ଏକ ସୁନ୍ଦର ପ୍ରୟାସ ବୋଲି କହିଥିଲେ ।

 

kadambini 2

ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଆଦିବାସୀ ଗବେଷିକା ତଥା ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଥିଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌୍‌ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା, କିମସ୍‌ର କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ହରୀଶ ଚୌଧୁରୀ ଏବଂ ରାଜଜେମା ମୃଣାଳିକା ମଂଜରୀ ଭଞ୍ଜଦେଓ । ଏହି ଅବସରରେ ପୂର୍ବରୁ ପ୍ରକାଶିତ ‘କାଦମ୍ବିନୀ’ ‘ମୟୁରଭଞ୍ଜ ବିଶେଷାଙ୍କ’ର ଲେଖକ ଲେଖିକାମାନଙ୍କୁ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଧନ୍ଯବାଦ ଦେଇଥିଲେ କାଦମ୍ବିନୀ ସଂପାଦିକା ଡ. ଇତି ସାମନ୍ତ । ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ-ବାରିପଦା’କୁ ସଫଳ କରିଥିବାରୁ ମୟୁରଭଞ୍ଜବାସୀଙ୍କୁ ବହୁତ ବହୁତ ଧନ୍ଯବାଦ ଜଣାଇଥିଲେ ସମ୍ପାଦିକା । ମହୋତ୍ସବରେ ତିନିଶହରୁ ଊର୍ଦ୍ଧ୍ଵ ଲେଖକ ଲେଖିକାଙ୍କ ସମେତ ବିଭିନ୍ନ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.