Below header

ଜନ୍ମପରେ ନବଜାତକୁ ମୃତ ଘୋଷଣା କଲେ ଡାକ୍ତର, ଘରେ ଜିଇଁ ଉଠିଲା ଶିଶୁ !

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ମେଡିକାଲରେ ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର ।ମୃତଦେହ ଧରି ଘରକୁ ଆସିବା ପରେ ଜିଇଁ ଉଠିଲା ଶିଶୁ ! ଏବେ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ମେଡିକାଲରେ ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ଜଣେ ନୁହେଁ ଦୁଇ ଜଣ ଡାକ୍ତର ଶିଶୁଟି ମୃତ ବୋଲି କହିଲେ । ଏହା ଶୁଣିବା ପରେ ପରିବାର ଲୋକେ ମୃତଦେହ ଧରି ଘରକୁ ପଳାଇ ଆସିଲେ । ହେଲେ ଶିଶୁଟି ଜୀବିତ ଥିବା ଜଣାପଡ଼ିଥିଲା । ଏହାପରେ ଶିଶୁଟିକୁ ପୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ପ୍ରସବ ପରେ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆଜି ସକାଳେ ପ୍ରଣତିଙ୍କ ପ୍ରସବ ବେଦନା ହେବାରୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ। ନର୍ମାଲ ଡେଲିଭରିର କିଛି ସମୟ ପରେ ଛୁଆ ଜୀବିତ ନଥିବା କହିଥିଲେ କାର୍ଯ୍ଯରତ ଡାକ୍ତର । ମାଆକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପିଲାଟିକୁ ଘରକୁ ନେଇ ପଳାଇ ଆସିଥିଲେ ପରିବାର ଲୋକେ । ହେଲେ ପରେ ଛୁଆଟି ଜୀବିତ ଥିବା ଜଣାପଡିବା ପରେ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ନବଜାତର ଚିକିତ୍ସା ଚାଲିଛି ।

ସେପଟେ ଡାକ୍ତରଙ୍କ ଚିକିତ୍ସାରେ ଚରମ ଅବହେଳା ସହ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କଲେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.