ଆପଣଙ୍କ ପାଇଁ ମାରାତ୍ମକ ହୋଇପାରେ ଲୋ ବ୍ଲଡ ପ୍ରେସର, ବର୍ତ୍ତିବାର ଉପାୟ ଜାଣନ୍ତୁ

ଡ଼ ପ୍ରେସର ଓ ଡାଇବେଟିସ ଏକ ସାଧାରଣ ରୋଗ ପାଲଟିଗଲାଣି । ଏବେ ତ କମ୍‌ ବୟସର ବ୍ୟକ୍ତି ବି ଏହି ରୋଗରେ ପୀଡିତ ହେଉଛନ୍ତି । ତେବେ ବ୍ଲଡ ପ୍ରେସର ବଢ଼ିବା ଓ କମିବା ଉଭୟ ମାରାତ୍ମକ । ଯଦି ଆପଣଙ୍କ ବ୍ଲଡ ପ୍ରେସର ହାଇ ହୋଇଥାଏ, ତେବେ ହୃଦ ରୋଗ ହେବାର ଅଧିକ ସମ୍ଭାବନା ଥାଏ ।

ବର୍ତ୍ତମାନ ବ୍ଲଡ଼ ପ୍ରେସର ଓ ଡାଇବେଟିସ ଏକ ସାଧାରଣ ରୋଗ ପାଲଟିଗଲାଣି । ଏବେ ତ କମ୍‌ ବୟସର ବ୍ୟକ୍ତି ବି ଏହି ରୋଗରେ ପୀଡିତ ହେଉଛନ୍ତି । ତେବେ ବ୍ଲଡ ପ୍ରେସର ବଢ଼ିବା ଓ କମିବା ଉଭୟ ମାରାତ୍ମକ । ଯଦି ଆପଣଙ୍କ ବ୍ଲଡ ପ୍ରେସର ହାଇ ହୋଇଥାଏ, ତେବେ ହୃଦ ରୋଗ ହେବାର ଅଧିକ ସମ୍ଭାବନା ଥାଏ । ସେହିପରି ଲୋ ବ୍ଲଡ ପ୍ରେସର ଆପଣଙ୍କୁ ଅର୍ଗାନ ଫେଲୁଅର ଭଳି ସମସ୍ୟା ଦେଇଥାଏ । ଯେଉଁ ଲୋକଙ୍କ ବ୍ଲଡ ପ୍ରେସର ୯୦ ଓ ୬୦ରୁ କମ ଅଟେ, ସେମାନେ ଲୋ ବ୍ଲଡ ପ୍ରେସର ଶ୍ରେଣୀରେ ଆସିଥାନ୍ତି । ଆସନ୍ତୁ ଜାଣିବା ବ୍ଲଡ ପ୍ରେସର ଲୋ ହେଲେ ଶରୀରରେ କ’ଣ ଲକ୍ଷଣ ଦେଖାଯାଇଥାଏ ଓ ଏଥିରୁ ବଞ୍ଚିବାର ତରିକା କ’ଣ ?

ବ୍ଲଡ ପ୍ରେସର ଲୋ ହେବାର ଲକ୍ଷଣ 

– ମୁଣ୍ଡ ଘୁରାଇବା
– ଅନ୍ଧାର ଦେଖା ଯିବା
– ବାନ୍ତି ଭଳି ଲାଗିବା
– ବହୁତ ଥକାପଣ ଲାଗିବା
– ଧ୍ୟାନ ଲଗାଇବାରେ ଅସୁବିଧା ହେବା
– ହାତ-ଗୋଡ଼ ଥଣ୍ଡା ପଡିବା
– ଶ୍ୱାସ ନେବାରେ ଅସୁବିଧା ହେବା
– ଖାଇବାରେ ଅସୁବିଧା ହେବା

ଯଦି ଆପଣଙ୍କ ବିପି ଅଧିକ ଲୋ ରହୁଛି,ତେବେ ଆପଣଙ୍କୁ ଅଧିକ ସତର୍କ ରହିବା ଦରକାର । ଏହାଦ୍ୱାରା ଶରୀରର ଅନ୍ୟ ଅଂଗରେ ରକ୍ତ ଠିକ ଭାବେ ପହଞ୍ଚି ପାରିନଥାଏ । ଏପରି ସ୍ଥିତିରେ ଷ୍ଟ୍ରୋକ, ହାର୍ଟ ଆଟାକ୍ ଓ କିଡନୀ ଫେଲୁଅର ଭଳି ବିପଦ ରହିଥାଏ । ବିପି କମ ହେଲେ ବେହୋଷ ହେବାର କାରଣ ହୋଇଥାଏ । ବ୍ରେନ ହାମରେଜ ଆଶଙ୍କା ବଢ଼ିଥାଏ ।

କେମିତି ରକ୍ଷା ପାଇବେ ଜାଣନ୍ତୁ

– ଖାଦ୍ୟରେ ଲୁଣ ମାତ୍ରା ଠିକ ରଖନ୍ତୁ, ଫଳରେ ବିପି ଠିକ ରହିବ ।
– ଅଧିକ କାର୍ବୋହାଇଡ୍ରେଟ ଖାଇବାରୁ ବଂଚିତ ରୁହନ୍ତୁ । ଖାଦ୍ୟରେ ପ୍ରୋଟିନ ମାତ୍ରା ବଢ଼ାନ୍ତୁ ।
– ଶରୀରକୁ ସର୍ବଦା ହାଇଡ୍ରେଟ ରଖନ୍ତୁ । ଦିନରେ ଅତି କମରେ ୮ ଗ୍ଲାସ ପାଣି ପିଅନ୍ତୁ ।
– ଆପଣଙ୍କୁ ହଠାତ୍ ତଳୁ ଉପରକୁ ଉଠିବା ଭଳି କାର୍ଯ୍ୟରୁ ବିରତ ହେବା ଦରକାର ।
– ସର୍ବଦା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ । ଔଷଧ ରିଆକ୍ସନରେ ମଧ୍ୟ ବ୍ଲଡ ପ୍ରେସର ବଢ଼ିଥାଏ ।
– ଅଧିକ ମାନସିକ ବା ଶାରିରୀକ ପ୍ରେସରରୁ ଦୂରରେ ରୁହନ୍ତୁ ।
– ଅଧିକ ସିଗାରେଟ ଓ ମଦ ସେବନରୁ ବଂଚିତ ରୁହନ୍ତୁ ।
– ଖାଦ୍ୟରେ ସିଜିନାଲ ଫଳ ଓ ପରିବା ବଢ଼ାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.