ଅବିବାହିତା ରାଜନେତ୍ରୀ, କିଏ ହୋଇଛନ୍ତି ମନ୍ତ୍ରୀ ତ କିଏ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ସମୟ ଥିଲା ରାଜନୀତିକୁ କେବଳ ପୁରୁଷମାନେ ହିଁ ଆସୁଥିଲେ । ହେଲେ ଏବେ ରାଜନୀତିରେ ମହିଳାଙ୍କର ମଧ୍ୟ ଅଭାବ ନାହିଁ । ଏହି ନେତ୍ରୀମାନେ ରାଜନୀତିରେ ବହୁତ ବଡ଼ ପଦବୀ ମଧ୍ୟ ସମ୍ଭାଳିଛନ୍ତି । ହେଲେ ଏମିତି ଅନେକ ନେତ୍ରୀ ଅଛନ୍ତି ଯେଉଁମାନେ ରାଜନୀତିରେ ବ୍ୟସ୍ତ ରହି ବିବାହକୁ ଭୁଲିଯାଇଛନ୍ତି କିମ୍ବା ବିବାହ କରିବାକୁ ପସନ୍ଦ କରିନାହାଁନ୍ତି । ଆଜି ଏମିତି କିଛି ନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ରାଜନୀତିର ବହୁତ ବଡ଼ ପଦରେ ରହିଛନ୍ତି । ହେଲେ ସେମାନେ ଆଜିଯାଏ ବିବାହ କରିନାହାଁନ୍ତି । ଆସନ୍ତୁ ଜାଣିବା ଆଜୀବନ ଅବିବାହିତା ରହିଥିବା ଏହି ନେତ୍ରୀମାନଙ୍କ ବିଷୟରେ ।

ଉମା ଭାରତୀ :  ବିଜେପିର ଜଣେ ବରିଷ୍ଠ ନେତ୍ରୀ ହେଉଛନ୍ତି ଉମା ଭାରତୀ । ସେ ମଧ୍ୟ ପ୍ରଦେଶଣ ମୁଖ୍ୟମନ୍ତ୍ରୀ ହେବା ସହ କେନ୍ଦ୍ର ସରକାରରେ ମଧ୍ୟ ମନ୍ତ୍ରୀ ରହିଆସିଛନ୍ତି । ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତ୍ରୀ ହେଲେ ଉମା ଭାରତୀ । ସେ ସର୍ବଦା ତାଙ୍କର କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଉମା ଭାରତୀ ଆଜି ବି ଅବିବାହିତା ।

uma bharati
P.C : abplive.com

ମାୟାବତୀ :  ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ହେଉଛନ୍ତି ମାୟାବତୀ । ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶର ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମାୟାବତୀ ଆଜୀବନ ରହିଛନ୍ତି ଅବିବାହିତା ।

mayabati
P.C : abplive.com

ମମତା ବାନର୍ଜୀ :  ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ର ମନ୍ତ୍ରୀ ରହିଥିବା ମମତା ବାନର୍ଜୀ ମଧ୍ୟ ଅବିବାହିତା । ସେ ନିଜକୁ ବିବାହ ଠାରୁ ଦୂରରେ ରଖିଛନ୍ତି । ମମତା ୩ୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ଏବେ ଅଛନ୍ତି । ସେ ଆଜି ବି ଅବିବାହିତା ।

mamata
P.C : abplive.com

ସାଧ୍ୱୀ ନିରଂଜନ ଜ୍ୟୋତି : ନରେନ୍ଦ୍ର ମୋଦିଙ୍କ ସରକାରରେ ସାଧ୍ୱୀ ନିରଂଜନ ମନ୍ତ୍ରୀ ଅଛନ୍ତି । ସେ ଉତ୍ତର ପ୍ରଦେଶର ହମିରପୁର ଅଧିବାସୀ । ହେଲେ ସେ ଫତେପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସାଧ୍ୱୀ ନିରଂଜନ ଏବେବି ଅବିବାହିତା ରହିଛନ୍ତି ।

mamata
P.C : abplive.com

ଜୟଲଳିତା : ଏହି ନେତ୍ରୀ ଜଣକ ଆଜି ଆମ ଗହଣରେ ନାହାଁନ୍ତି । ହେଲେ ସାରା ଜୀବନ ସେ ଅବିବାହିତା ରହି ରାଜନୀତିରେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି । ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.