ଶିବସେନାରେ ଯୋଗଦେଲେ ଗୋବିନ୍ଦା, ଉତ୍ତର ପଶ୍ଚିମ ମୁମ୍ବାଇରୁ ଲଢ଼ିପାରନ୍ତି ନିର୍ବାଚନ

ଆଜି ଫିଲ୍ମ ଅଭିନେତା ଗୋବିନ୍ଦା ଶିବସେନାରେ ଯୋଗ ଦେଇଛନ୍ତି । ବାଲାସାହେବ ଠାକରେ ଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି । ଆଜି ଫିଲ୍ମ ଅଭିନେତା ଗୋବିନ୍ଦା ଶିବସେନା (ସିନ୍ଦେ ଦଳ)ରେ ଯୋଗ ଦେଇଛନ୍ତି । ବାଲାସାହେବ ଠାକରେ ଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । କୁହାଯାଉଛି ଯେ ଗୋବିନ୍ଦା ଉତ୍ତର ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ।

ଶିବସେନାରେ ଯୋଗଦେବା ଅବସରରେ ଗୋବିନ୍ଦା ସିଏମ୍‌ ସିନ୍ଦେଙ୍କୁ ଧନ୍ୟବାଦ ଜଣାଇଥିଲେ । ଗୋବିନ୍ଦା କହିଛନ୍ତି, ଆଜି ଶିବସେନାରେ ଯୋଗଦେବାର ଅର୍ଥ ଭଗବାନଙ୍କଠାରୁ ମିଳିଥିବା ପ୍ରେରଣା । ମୁଁ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ ଦଳର ସାଂସଦ ଥିଲି । ଏବେ ଚଉଦ ବର୍ଷ ବନବାସ ପରେ ମୁଁ ଶିବସେନାରେ ସାମିଲ ହୋଇଛି ।

ସେ କହିଛନ୍ତି ଯେ ବର୍ତ୍ତମାନ ମୁମ୍ବାଇ ଆହୁରି ସୁନ୍ଦର ଏବଂ ବିକଶିତ ଦେଖାଯାଉଛି । ଏଠାରେ ବିକାଶ କାର୍ଯ୍ୟ ହେଉଛି । କହି ରଖୁଛୁ, ଗୋବିନ୍ଦା ୨୦୦୪ରେ କଂଗ୍ରେସ ଟିକେଟରେ ଉତ୍ତର ମୁମ୍ବାଇ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ଏଠାରୁ ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.