ଭାଲୁ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଜଙ୍ଗଲକୁ ଯାଇଥିଲେ ବୃଦ୍ଧ । ଆକ୍ରମଣ କଲା ଭାଲୁ । ରେଢ଼ାଖୋଲ ବନଖଣ୍ଡ ବଡ଼ବାହଲ ରେଞ୍ଜ ଟାଲ ଖେସରା ଜଙ୍ଗଲରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ । ଟାଲ ଗ୍ରାମର ଅଭି ସେଠୀ ବୟସ ୬୫ ପାଖ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ଭାଲୁ ଆକ୍ରମଣ ରେ ଗୁରୁତର ହୋଇଥିଲେ ।

ରେଢ଼ାଖୋଲ(କେନ୍ୟୁଜ୍‌) : ଜଙ୍ଗଲକୁ ଯାଇଥିଲେ ବୃଦ୍ଧ । ଆକ୍ରମଣ କଲା ଭାଲୁ । ରେଢ଼ାଖୋଲ ବନଖଣ୍ଡ ବଡ଼ବାହଲ ରେଞ୍ଜ ଟାଲ ଖେସରା ଜଙ୍ଗଲରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ । ଟାଲ ଗ୍ରାମର ଅଭି ସେଠୀ ବୟସ ୬୫ ପାଖ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ଭାଲୁ ଆକ୍ରମଣ ରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ରେଢ଼ାଖୋଲ ମେଡିକାଳରେ ଭର୍ତ୍ତି କରିଥିଲେ । ପରେ ମୃତ ଘୋଷଣା କଲେ ଡାକ୍ତର । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରାଯାଇଛି । ଟାଲ ଗ୍ରାମର ଲୋକଙ୍କ ମଧ୍ୟରେ କୋକୁଆ ଭୟ। ଏହାକୁ ନେଇ ଏକ ବର୍ଷ ମଧ୍ୟରେ ଟାଲ ଗ୍ରାମରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.