Below header

କୃଷି ବଜେଟ୍‌: ୨୦୨୩କୁ ମୋଟା ଶସ୍ୟର ବର୍ଷ ଘୋଷଣା କଲେ ଅର୍ଥମନ୍ତ୍ରୀ; ଚାଷୀଙ୍କୁ ଦିଆଯିବ ଡିଜିଟାଲ ସେବା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୨ ଉପସ୍ଥାପନ କରି କୃଷି କ୍ଷେତ୍ର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏଥିରେ ସେ ୨୦୨୩କୁ ମୋଟା ଶସ୍ୟର ବର୍ଷ ବୋଲି ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି କି, ରାସାୟନିକ ମୁକ୍ତ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ। ଏହା ସହିତ ସେ କହିଛନ୍ତି, ସରକାରଙ୍କ ତରଫରୁ କୃଷକମାନଙ୍କୁ ଡିଜିଟାଲ ସେବା ଦିଆଯିବ। ଜୈବିକ ଚାଷ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତୈଳବୀଜ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି।

କ’ଣ ରହିଛି କୃଷି ବଜେଟରେ

-ଚାଷୀଙ୍କୁ ଏମଏସପି ଅଧୀନରେ ୨.୩୭ ଲକ୍ଷ ଦିଆଯିବ।

-ଗଙ୍ଗା କୂଳରେ ବସବାସ କରୁଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।

-ଉନ୍ନତ ଫଳ ଏବଂ ପନିପରିବା ଚାଷ କରୁଥିବା ଚାଷୀଙ୍କୁ ସାହାଯ୍ୟ କରାଯିବ।

-ଏମଏସପି ଉପରେ ଚାଷୀମାନଙ୍କଠାରୁ ରେକର୍ଡ କ୍ରୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.