ଭୁଲ ତଥ୍ୟ ପ୍ରସାର ନେଇ କାର୍ଯ୍ୟାନୁଷ୍ଠାନ: ସାଂସଦ ଶଶୀ ଥରୁର ଓ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସମେତ ୮ ଜଣଙ୍କ ନାଁରେ ଏତଲା

ନୂଆଦିଲ୍ଲୀ: ସାଂସଦ ଶଶୀ ଥରୁରଙ୍କ ନାଁରେ FIR । ଏହାସହ ସାମ୍ବାଦିକ ରାଜଦୀପ ସରଦେଶାଇ, ଜାଫର ଆଘା, ମ୍ରିଣାଲ ପାଣ୍ଡେ, ପରେଶ ନାଥ, ଅନନ୍ତ ନାଥ, ବିନୋଦ ଜୋଶଙ୍କ ନାଁରେ FIR । ଏମାନେ ସମସ୍ତେ ସାମ୍ବାଦିକ । ୮ ଜଣଙ୍କ ନାଁରେ ନୋଏଡା ପୋଲିସ FIR ପଞ୍ଜିକରଣ କରିଛି ।
ଜାନୁଆରୀ ୨୬ରେ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ଭୁଲ ଖବର ପ୍ରସାର କରିଥିବା ଅଭିଯୋଗରେ ଏମାନଙ୍କ ନାଁରେ FIR ଦିଆଯାଇଛି । ଭୁଲ ତଥ୍ୟ ନିଜ ଟୁଇଟରରେ ଦେଇଥିଲେ । ପୋଲିସ ଜଣେ ଆନ୍ଦୋଳନକାରୀଙ୍କୁ ମାରିଥିବା ଖବର ଟୁଇଟରରେ ଦେଇଥିଲେ । ଯାହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।