ମୁମ୍ବାଇ: ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ୮ ଦମକଳ ଗାଡ଼ି ନିୟୋଜିତ
ମୁମ୍ବାଇର ଅନ୍ଧେରୀ ୱେଷ୍ଟସ୍ଥିତ ଏକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବିଲ୍ଡିଂରେ ନିଆଁ ଲାଗିବାର ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡ ଏତେ ଭୟାବହ ରହିଛି ଯେ ଅନେକ ଦୂରରୁ ଧୂଆଁ ନଜର ଆସୁଛି। କୁହାଯାଉଛି କି, ଅପରାହ୍ନ ପାଖାପାଖି ୪ଟାରେ ଏହି ଅଗ୍ନିକାଣ୍ଡ ଘଟିଛି।
ସୂଚନା ମୁତାବକ, ଏହି ନିଆଁକୁ ଲେବଲ ୨ ଘୋଷଣା କରାଯାଇଛି। ଖବର ପାଇ ୮ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।
ଖବର ରହିଛି, ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ତିଆରି ବଡ଼ ପେଣ୍ଡାଲରେ ନିଆଁ ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ତେବେ ଏହା ଏକ ଶପିଂ ଏରିଆ ବୋଲି ଜଣାପଡ଼ିଛି।
Mumbai | Level 2 fire reported in Andheri West area, near star Bazar on link road around 4.30 pm. 10 fire-fighting vehicles rushed to spot. Fire is reportedly at a shop of 1000 sq ft area. No injured persons reported yet: Mumbai fire brigade pic.twitter.com/brO73Up61f
— ANI (@ANI) July 29, 2022