ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବା ହେଉଛି କଷ୍ଟ

ମୁମ୍ବାଇ : ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ। ଦକ୍ଷିଣ ନାଗପଡା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ବିଳମ୍ବିତ ରାତିରେ ଲାଗିଛି ଭୟଙ୍କର ନିଆଁ। ସବୁଠୁ ବଡ କଥା ହେଉଛି ଯେଉଁ ମଲରେ ନିଆଁ ଲାଗିଛି, ସେଥିରେ ପ୍ରାୟ ୫୦୦ ଲୋକ ଉପସ୍ଥିତ ଥିଲେ। କିନ୍ତୁ ସମୟ ରହିବା ଭିତରେ ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହିପରି ମଲ ପାଖରେ ଥିବା ଏକ ୫୫ ମହଲା କୋଠାରୁ ପ୍ରାୟ ୩୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଆଁକୁ ଆୟତ୍ତ କରିବା ସମୟରେ ୨ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ଏଯାଏ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ ୮ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ ଗତ ରାତିରେ ମଲ୍ ଭିତରୁ ହଠାତ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ଚାରିଆଡ଼ ଧୂଆଁମୟ ହୋଇଯାଇଥିଲା । ଚାହୁଁଚାହୁଁ ନିଆଁ ମଲ୍ରେ ବ୍ୟାପି ଯାଇଥିଲା । ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଥିଲେ। କେତେଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିଲେ ହେଁ ପ୍ରକୃତ କାରଣ ଜଣାପଡ଼ି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.