ନବରାତ୍ରି: ସପ୍ତମୀରେ କରନ୍ତୁ ମା’କାଳରାତ୍ରୀଙ୍କ ପୂଜା

ନବରାତ୍ରୀର ଆଜି ସପ୍ତମ ଦିନ। ଆଜି ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ମା’ କାଳରାତ୍ରୀ ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ। ମା’ଙ୍କ ଏହି ରୂପ ବହୁତ ଭୟଙ୍କର ହୋଇଥାଏ। ମା’ ଏହି ବେଶରେ କଳା ରଙ୍ଗର ରୂପ ଧାରଣ କରିବା ସହିତ ତିନି ନେତ୍ର ଧାରଣ କରିଥାନ୍ତି। ମା’ କାଳରାତ୍ରୀଙ୍କ ଗଳାରେ ବୁଦ୍ୟତ୍‌ର ଅଦ୍ଭୁତ ମାଳା ରହିଥାଏ। ତାଙ୍କ ହାତରେ ଖଡଗ ଏବଂ ଖଣ୍ଡା ସହିତ ବାହନ ଗଧ ରହିଥାଏ। ମା’ ଭକ୍ତଙ୍କୁ ସବୁବେଳେ କଲ୍ୟାଣ କରିଥାନ୍ତି। ଏଥିପାଇଁ ମା’କୁ ଶୁଭଙ୍କରୀ ମଧ୍ୟ କୁହାଯାଏ।

ମା’ଙ୍କ ଉପାସନାରୁ କ’ଣ ମିଳେ ଲାଭ:

ଶତ୍ରୁ ଓ ବିରୋଧୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ମା’ କଳାରାତ୍ରୀଙ୍କ ଉପାସନା ଅତ୍ୟନ୍ତ ଶୁଭ ହୋଇଥାଏ। ମା’ଙ୍କ ଉପାସନାରୁ ଭୟ, ଦୁର୍ଘଟଣା ଏବଂ ରୋଗ ସବୁକିଛି ନାଶ ହୋଇଥାଏ। ମା’ଙ୍କ ଉପାସନାରୁ ନକରାତ୍ମକ ଉର୍ଜାର କୌଣସି ପ୍ରଭାବ ପଡେନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ମା’ଙ୍କ ପୂଜା କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

guda

ଏମିତି କରନ୍ତୁ ପୂଜା : 

ମାଙ୍କୁ ପୂଜା କରିବା ସମୟରେ ଘିଅ ଦୀପ ଜଳାନ୍ତୁ। ମା’ଙ୍କୁ ଲାଲ ରଙ୍ଗର ଫୁଲ, ଗୁଡ ଭୋଗ ଲଗାନ୍ତୁ। ମା’ଙ୍କ ମନ୍ତ୍ର ଜପ କରନ୍ତୁ। ଭୋଗ ଲଗାଇଥିବା ଗୁଡର ଅଧାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ଆଉ ଅଧା ଗୁଡକୁ କୌଣସି ବ୍ରାହ୍ମଣକୁ ଦାନ କରନ୍ତୁ। କଳା ରଙ୍ଗର ବସ୍ତ୍ର ଧାରଣ କରି କାହାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ପୂଜା କରନ୍ତୁ ନାହିଁ।

ଧଳା କିମ୍ବା ଲାଲ ରଙ୍ଗର ବସ୍ତ୍ର ଧାରଣ କରି ରାତ୍ରିରେ ମା’ କାଳରାତ୍ରୀଙ୍କ ପୂଜା କରନ୍ତୁ। ମା’ଙ୍କ ସମକ୍ଷରେ ଦୀପ ଲଗାନ୍ତୁ। ୧୦୮ ଥର ନବାର୍ନ ମନ୍ତ୍ର ପଢନ୍ତୁ ଏବଂ ଏକ ଗୋଟେ ଗୋଟ ଲବଙ୍ଗ ଅର୍ପଣ କରନ୍ତୁ। ନବାର୍ନ ମନ୍ତ୍ର –‘ଏଁ ହ୍ରୀ କ୍ଲୀଂ ଚାମୁଣ୍ଡାୟେ ବିଚେ’ ଉଚ୍ଚାରଣ କରି ୧୦୮ଟି ଲବଙ୍ଗର ନିଆଁରେ ଅର୍ପଣ କରନ୍ତୁ। ଆପଣଙ୍କ ବିରୋଧୀ ଏବଂ ଶତ୍ରୁ ଶାନ୍ତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.