ରାଜଧାନୀର ସଫଦରଜଙ୍ଗ ହସପିଟାଲରେ ଲାଗିଲା ନିଆଁ, ଘଟଣାସ୍ଥଳରେ ଦମକଳ ଗାଡି ନିୟୋଜିତ

ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଲାଗିଲା ନିଆଁ। ନିଆଁ ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ନିକଟରେ ଦିଲ୍ଲୀରେ ଲଗାତର ଭାବେ ଅଗ୍ନିକାଣ୍ଡ ବୃଦ୍ଧି ପାଉଛି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ନିଆଁ ଲାଗିବା ଘଟଣା ନେଇ ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି କି, ହସପିଟାଲରେ ଏକ ଇନଭର୍ଟରରେ ନିଆଁ ଲାଗିବା ଯୋଗୁଁ ଏପରି ଘଟଣା ଘଟିଛି।
ସୂଚନାନୁସାରେ, ଶୁକ୍ରବାର ସକାଳେ ସଫଦରଜଙ୍ଗ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା । ଏହାସହ ଗୁରୁ ଅଙ୍ଗଦ ନଗର ପାଖରେ ଥିବା ଆଉ ଏକ ହସ୍ପିଟାଲରେ ମଧ୍ୟ ଅଘ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବିଭାଗର କହିବାନୁସାରେ, ନିଆଁକୁ ଆୟତ୍ତ କରାଯାଇଛି । ଦମକଳ ବାହିନୀର ୫ ଗାଡି ନିଆଁ ଲିଭାଇଥିଲେ ।
ସୂଚନାଯୋଗ୍ୟ, ଚଳିତ ମାସରେ ହିଁ ଦିଲ୍ଲୀର ମୁଣ୍ଡକା ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ଅନେକ ପୋଡି ଗୁରୁତର ହୋଇପଡିଥିଲେ । ଏହାପରେ ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ଛୋଟବଡ ଅଗ୍ନିକାଣ୍ଡ ଘଟଣା ଘଟି ଚାଲିଛି । ସେହିପରି ଦିଲ୍ଲୀର ଛତରପୁର ଅଞ୍ଚଳରେ ଗୁରୁବାର ଦିନ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ନିଆଁ ଲାଗି ତିନି ଜଣ ଲୋକ ଆହତ ହୋଇଥିଲେ ।

ଦିଲ୍ଲୀ ଫାୟାର ସର୍ଭିସେସ ମୁତାବକ, ଚଳିତବର୍ଷ ନିଆଁ ଲାଗିବା ଯୋଗୁଁ ଦିଲ୍ଲୀରେ ୪୨ ଲୋକଙ୍କର ମୃତ୍ୟୁ ହୋଇଛି। ଯେଉଁଥିରେ ୨୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦୨୧ରେ ମଇ ମାସରେ ନିଆଁ ଲାଗିବା ଯୋଗୁଁ ୨୧୭୪ ଘଟଣା ସାମ୍ନାକୁ ଆସିଥିଲା। ୨୦୨୦ରେ ୨୩୨୫ ଘଟଣା ଘଟିଥିବା ବେଳେ ଏହି ବର୍ଷ ମେ ମାସ ସୁଦ୍ଧା ୨୧୪୫ ନିଆଁ ଲାଗିବା ଖବର ଫାୟାର ବିଭାଗ ପାଖକୁ ଖବର ଆସିଲାଣି।