ବିଶାଖାପାଟନମ ଫିସିଂ ହାର୍ବରରେ ଅଗ୍ନିକାଣ୍ଡ, ଜଳିଗଲା ୨୫ ଡଙ୍ଗା

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସହରରେ ଥିବା ଫିସିଂ ହାର୍ବରରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଲାଗିବା ଯୋଗୁଁ ବନ୍ଦରରେ ଥିବା ୨୫ ଟି ଯାନ୍ତ୍ରିକ ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଛି ।

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ସହରରେ ଥିବା ଫିସିଂ ହାର୍ବରରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଲାଗିବା ଯୋଗୁଁ ବନ୍ଦରରେ ଥିବା ୨୫ ଟି ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିଲା ଯାହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଛି । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଗୋଟେ ଡଙ୍ଗାରେ ନିଆଁ ଲାଗିବା ଆରମ୍ଭ ହୋଇଥିବା ବେଳେ ଚାରିଆଡେ ଡଙ୍ଗାକୁ ବ୍ୟାପୀ ଯାଇଥିଲା ।

ଡଙ୍ଗାରେ ରଖାଯାଇଥିବା ଏଲପିଜି ସିଲିଣ୍ଡରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ।  ବହୁ ଦୂରରେ ସିଲିଣ୍ଡର ବିସ୍ଫୋରଣର ଶବ୍ଦ ଶୁଣାଗଲା । ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ଲାଗିଗଲା, ଯାହା ଫଳରେ ୨୫ ଟି ଡଙ୍ଗା ନଷ୍ଟ ହୋଇଯାଇଥିଲା ।

ଡେପୁଟି ପୋଲିସ କମିଶନର କେ ଆନନ୍ଦ ରେଡ୍ଡୀ କହିଛନ୍ତି, ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚାରିରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜୀବନ ହାନିର ହୋଇନଥିବା ଜଣାପଡିଛି । ନିଆଁକୁ ଆୟତ୍ତକୁ ଅଣାଯିବା ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ ଟି ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.