Below header

ପ୍ରବଳ ଝଡତୋଫାନରେ ଓଲଟିଲା ଡଙ୍ଗା, ୨ ମହିଳାଙ୍କ ସମେତ ୩ ଶିଶୁ ମୃତ

ବିହାର ଦରଭଙ୍ଗାରେ ଡଙ୍ଗା ଓଲଟି ୫ ଜଣଙ୍କର ମୃତ୍ୟୁ ହୋଇଛି । କମଲା ନଦୀରେ କିଛି ଲୋକ ଡଙ୍ଗାରେ ପାର ହୋଇ ଅନ୍ୟ ଗାଁକୁ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ୩ ଜଣ ପିଲା ରହିଥିଲେ ।

ବିହାର ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରସ୍ଥାନ ପୂର୍ବ ପ୍ରଖଣ୍ଡ ଶହାପୁର ଅଞ୍ଚଳରେ ଝଡବର୍ଷାରେ ଡଙ୍ଗା ଓଲଟିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି । କମଲା ନଦୀରେ କିଛି ଲୋକ ଡଙ୍ଗାରେ ପାର ହୋଇ ଅନ୍ୟ ଗାଁକୁ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ୩ ଜଣ ପିଲା ରହିଥିଲେ ।

ଖବର ମୁତାବକ, କୁଶେଶ୍ୱରସ୍ଥାନ ପୂର୍ବ ପ୍ରଖଣ୍ଡର ମହିସ୍ରୋତ ପଞ୍ଚାୟତର ଝାଝରା ଏବଂ ଗଡେହପୁର ମଧ୍ୟରେ ଶହାପୁର ଅଞ୍ଚଳରେ କମଲା ନଦୀରେ ୧୦ ଜଣ ଲୋକ ଡଙ୍ଗାରେ ପାର ହେଉଥିବା ବେଳେ ଝଡତୋଫାନ ଯୋଗୁଁ ଡଙ୍ଗା ଓଲଟି ପଡିଥିଲା । ଫଳରେ ୫ ଜଣ ବୁଡି ପ୍ରାଣ ହରାଇଥିବା ବେଳେ ଆଉ ୫ ଜଣ ଲୋକ ପହଁରି କୂଳରେ ପହଞ୍ଚି ଥିଲେ । ମୃତକ ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୩ ଜଣ ଶିଶୁଥିଲେ । ଘଟଣା ସ୍ଥଳରେ କୁଶେଶ୍ୱରସ୍ଥାନର ବିକାଶ ପଦଧିକାରୀ, ଅଞ୍ଚଳ ଅଧିକାରୀଙ୍କ ସମେତ ଏସଡିଓ ପହଞ୍ଚି ପୀଡିତଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ସେମାନଙ୍କୁ ଭରସା ଦେଇଥିଲେ ।

ତେବେ ସୂଚନା ଅନୁସାରେ ଝାଝରା ଗାଁରେ ଥିବା ମାର୍କେଟରୁ କିଣାକିଣି କରିବା ପାଇଁ ୧୦ ଜଣ ଲୋକ ଡଙ୍ଗାରେ ବସି ନଦୀ ପାର ହେଉଥିଲେ । ସେହି ସମୟରେ ଝଡ ତୋଫାନ ହେବା କାରଣରୁ ଡଙ୍ଗାଟି ଅନିୟନ୍ତ୍ରିତ ହୋଇ ଓଲଟି ଯାଇଥିଲା । ଫଳରେ ୫ ଜଣ ବୁଡିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.