ଉଡାଣ ଭରିବା ପୂର୍ବରୁ ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା, ସୋସିଆଲ ମିଡିଆରେ ଘଟଣା ସେୟାର କଲେ ମହିଳା

ଏୟାର କାନାଡା ଉପରେ ବର୍ଷିଲେ ଦୁଇ ମହିଳା ଯାତ୍ରୀ । ଉଡାଣ ଭରିବାର କିଛିସମୟ ପୂର୍ବରୁ ବିମାନରୁ ଦୁଇଜଣ ଯାତ୍ରୀଙ୍କୁ ଓହ୍ଲାଇଦେଇଥିଲା ଏୟାର କାନାଡା । ଯାହା ପରେ ଘଟଣା ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦୁଇ ମହିଳା ।

ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା । ଏୟାର କାନାଡା ବିମାନରୁ ଦୁଇ ମହିଳା ଯାତ୍ରୀଙ୍କୁ ଓହ୍ଲାଇଦେଇ ଟେକ୍‌ଅଫ୍‌ କରିଥିଲା । ବିମାନ ଓହ୍ଲାଇଥିବା ଦୁଇ ମହିଳା ସୋସିଆଲ ମିଡିଆରେ ନିଜ ଉପରେ ବିତିଥିବା କଥା ବଖାଣିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ଅଗଷ୍ଟ ୨୬ରେ ମହିଳା ଯାତ୍ରୀ ଲାସ ଭେଗାସରୁ ଏୟାର କାନାଡାରେ ଟିକେଟ ବୁକ୍‌ କରିଥିଲେ । ବିମାନରେ ପହଞ୍ଚିବା ପରେ ତାଙ୍କ ସିଟ୍‌ ପାଖରୁ ଦୁର୍ଗନ୍ଧ ଆସିଥିଲା । ଯାଞ୍ଚ ପରେ ଜଣାପଡିଲା କି, ପୂର୍ବରୁ କେହି ଜଣେ ଯାତ୍ରୀ ବିମାନ ସିଟ୍‌ ତଳେ ବାନ୍ତି କରିଛି । ମହିଳା ଜଣକ ଯେଉଁ ସିଟ୍‌ ବୁକ୍‌ କରିଥିଲେ, ସେହି ସିଟ୍‌ ଓଦା ରହିଥିବା ବେଳେ ଦୁର୍ଗନ୍ଧ ଆସୁଥିଲା ।

ତେଣୁ ଯାତ୍ରୀ ଜଣକ ଏୟାରଲାଇନ୍ସ କ୍ରୁ ମେମ୍ବରକୁ କହିବା ପରେ ମଧ୍ୟ ସଫାସୁତରା କରାଯାଇନଥିଲା । ଏୟାରଲାଇନ୍ସ କର୍ମଚାରୀ ଦୁର୍ଗନ୍ଧ ରୋକିବା ପାଇଁ ସିଟ୍‌ରେ କିଛି ପେପର ରଖିବା ସହିତ ପରଫ୍ୟୁମ ପକାଇଦେଲେ । ତଥାପି ଦୁର୍ଗନ୍ଧ ଆସୁଥିଲା ବୋଲି ସିଟ୍‌ ବଦଳାଇବାକୁ କହିଥଇଲେ । କିନ୍ତୁ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ କିଛି ନ କରି ଯୁକ୍ତିତର୍କ କରିଥିଲେ । ବିମାନ ଉଡାଣ ପାଇଁ ପ୍ରସ୍ତୁତ ରହିଛି, ତେଣୁ କିଛି କରିହେବନି କହି ମହିଳା ଦୁଇଜଣଙ୍କୁ ଓହ୍ଲାଇ ଦେଇଥିଲେ ।

ଯାହାକୁ ନେଇ ସୋସିଆଲ ମିଡିଆରେ ମହିଳା ଜଣକ ସେୟାର କରିବା ସହିତ ଏୟାର କାନାଡାକୁ ଗାଳି କରିଛନ୍ତି । ଆଉ ନିଜେ କାନାଡାର ନାଗରିକ କହିବାକୁ ଘୃଣା ଲାଗୁଛି ବୋଲି ମଧ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.