Below header

ସାବଧାନ୍ ! କେରଳରେ ଆଉ ୫ ଜଣ କରୋନା ପଜେଟିଭ୍‌ ଚିହ୍ନଟ

ଭାରତରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । କେରଳରେ ଆଉ ୫ ଜଣ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ ସୈଲଜା ଏନେଇ ସୂଚନା ଦେଇଛନ୍ତି । ସମସ୍ତଙ୍କୁ ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଛି । ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ନିକଟରେ ଇଟାଲୀରୁ ଫେରିଥିଲେ । ଅନ୍ୟ ଦୁଇ ଜଣ ପଥନାମଥିଟା ଜିଲ୍ଲାର ବୋଲି ଜଣାପଡ଼ିଛି । ଫଳରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ଏବେ ତାମିଲନାଡୁରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଯୁବକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ପଜେଟିଭ୍ ଆସିଛି।

ଜମ୍ମୁ କଶ୍ମୀରରେ କରୋନା ଭାଇରସ୍‌ରେ ପ୍ରଥମ ପଜେଟିଭ୍‌ ମାମଲା ସାମ୍ନାକୁ ଆସିଛି । ସେହିପରି ପଞ୍ଜାବ ଅମୃତସରରେ ଦୁଇ ଜଣ ଓ ତାମିଲନାଡୁରେ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ପଞ୍ଜାବର ଉଭୟ ଆକ୍ରାନ୍ତ ନିକଟରେ ଇଟାଲୀ ଗସ୍ତ କରିଥିଲେ । ସେମାନେ ହୋସିଆରପୁରର ବାସିନ୍ଦା ବୋଲି ଜଣାପଡ଼ିଛି । ସେହିପରି ଜମ୍ମୁକଶ୍ମୀରରେ କରୋନା ପଜେଟିଭ୍‌ ଜଣାପଡ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । କରୋନା ସନ୍ଦେହରେ ଭାରତରେ ୩୦ ହଜାର ଲୋକଙ୍କୁ ନିରୀକ୍ଷଣରେ ରଖାଯାଇଛି । ଦେଶର ୩୦ଟି ବିମାନ ବନ୍ଦରରେ ବିଦେଶରୁ ଫେରୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.