Below header

ସେପଟେ କରୋନା ଭୟ, କିନ୍ତୁ ଏପଟେ ଭଲ ବ୍ୟବସାୟକୁ ନେଇ ଖୁସି ବେପାରୀ

ଏବେ ସମଗ୍ର ବିଶ୍ୱ ଏବେ କରୋନା କବଳିତ । ଏସିହା ମହାଦେଶର ମଜବୁତ ରାଷ୍ଟ୍ର ଚୀନ ପାଖାପାଖି ଦେଢ଼ ମାସ ହେବ ଏହି ଭୟାନକ ରୋଗ ଚାପରେ ଅଛି । ଏମିତିକି ଚୀନ ଅର୍ଥବ୍ୟବସ୍ଥା ବି ଦିନକୁ ଦିନ ନିମ୍ନଗାମୀ ହେଲାଣି । ଅବସ୍ଥା ଏମିତି ହେଲା ଯେ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶରେ ମେଡିକାଲ ଏମର୍ଜେନ୍ସି ଘୋଷଣା କରିଛନ୍ତି । ଚୀନ ବାଦ ଆମେରିକା, ଇରାନ, ଇଟାଲୀ, ଭାରତ ପରି ଦେଶ ବି ମାରାତ୍ମକ କରୋନାର ଭୟାନକ ଭୟରେ ଅଛି । ବିଶ୍ଵବ୍ୟାପୀ ଏକ ପ୍ରକାର ଆତଙ୍କ ଖେଳିଯାଇଥିବା ବେଳେ ଉତ୍ତରପ୍ରଦେଶର ଏକ ଅଞ୍ଚଳରେ କିନ୍ତୁ ଆନନ୍ଦର ମହଲ ଜାରି ରହିଛି । ତେବେ ଏହି ଖୁସିର କାରଣ ବିଷୟରେ ଆସନ୍ତୁ ଜାଣିବା

corona market

ପ୍ରକୃତରେ ଉତ୍ତର ପ୍ରଦେଶ ମିରଥ ସ୍ଥିତ ଏକ କଇଁଚି ମାର୍କେଟ ଖରାପ ଅବସ୍ଥା କାରଣରୁ ବନ୍ଦ ହେବାକୁ ବସିଥିଲା । କିନ୍ତୁ ଏବେ ପୁଣିଥରେ ଏହି ବଜାରଟି ଧୀରେ ଧୀରେ ଉଠିବାକୁ ଲାଗିଛି । ଏହା ପଛରେ ବି ଏକ ବିଶେଷ କାରଣ ଅଛି । ଚୀନରେ କରୋନା ପ୍ରଭାବ ପଡିବା ପରେ ଚୀନ ସହ ଭାରତ ସମସ୍ତ ପ୍ରକାର ବାଣିଜ୍ୟିକ କାରବାର ବନ୍ଦ କରିଦେଇଛି । ଯାହାଦ୍ୱାରା କରୋନା ପ୍ରଭାବରୁ କିଛିଟା ରକ୍ଷା ମିଳିପାରିବ । ଚୀନରୁ ଉତ୍ପାଦିତ ଦ୍ରବ୍ୟ ଆସିବା ବନ୍ଦ ହେବା ଭାରତ ବଜାର ଉପରେ କିନ୍ତୁ ଉତ୍ତମ ପ୍ରଭାବ ପକାଇଛି । ଉତ୍ତରପ୍ରଦେଶର ମେରଟ ବଜାରରେ ପୁଣିଥରେ ଖୁସିର ମାହୋଲ ଖେଳିଯାଇଛି । ସ୍ଥାନୀୟ ବେପାରୀଙ୍କ ଅନୁଯାୟୀ ଏହି ଦିନରେ ସେଠାକାର କଇଁଚି ଉତ୍ପାଦନ ୫୦ ପ୍ରତିଶତରେ ପହଞ୍ଚି ଯାଇଛି ।

corona market

ଯାହା ପୂର୍ବରୁ ମାତ୍ର ୧୦ ପ୍ରତିଶତ ହିଁ ଥିଲା । ଏବାବଦରେ ଜଣେ ବ୍ୟବସାୟୀ କହିଛନ୍ତିକି ଆମ ବ୍ୟବସାୟ ପାଖାପାଖି ୩୫୦ ବର୍ଷ ପୁରୁଣା । ସତ ପୁରୁଷ ଧରି ଆମେ ଏହି କାମ କରିଆସୁଛୁ । କିନ୍ତୁ କିଛି ବର୍ଷ ହେବ ଚୀନରୁ ଆମଦାନୀ କାରଣରୁ ଏଠାକାର ବ୍ୟାପାର ଏକ ପ୍ରକାର ମାନ୍ଦା ହୋଇଯାଇଥିଲା । ଚୀନ ଆମର ୬୦ ରୁ ୭୦ ପ୍ରତିଶତ ବଜାରକୁ କବ୍ଜା କରି ଦେଇଥିଲା । ଯାହା ଫଳରେ ଆମେ ପ୍ରୟତଃ ବେରୋଜଗାର ହେବାକୁ ବସିଥିଲୁ । କିନ୍ତୁ କିଛି ଦିନ ହେବ ଆମଦାନୀ ବନ୍ଦ ହେବା ପରେ ଏଠାକାର ବଜାର ସ୍ଥିତିରେ ପରିବର୍ତ୍ତନ ଆସିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.