ମାଲିକ ସହ ମିଶି ୨୩୦୦ ଫୁଟ ଉଚ୍ଚ ପାହାଡ ଉପରୁ ଜମ୍ପ୍‌ କଲା କୁକୁର, ଉଭୟ ପାରାଶୁଟ୍‌ ସାହାଯ୍ୟରେ କଲେ ଲ୍ୟାଣ୍ଡିଂ, ଦେଖନ୍ତୁ ଭାଇରାଲ ଫଟୋ

ସ୍ୱିଜରଲ୍ୟାଣ୍ଡର ଲାଟରବ୍ରୁନେନ୍‌ ଭ୍ୟାଲିସ୍ଥିତ ୨୩୦୦ ଫୁଟ ଉଚ୍ଚ ପାହାଡ଼ ଉପରୁ ଏକ କୁକୁର ତା’ ମାଲିକ ସହ ମିଶି ଲମ୍ଫ ପ୍ରଦାନ କରିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୬ ବର୍ଷର କାଲି କଜୁଜା ପ୍ରଜାତିର କୁକୁରକୁ ଧରି ୩୮ ବର୍ଷୀୟ ମାଲିକ ବ୍ରୁନୋ ଭାଲିଣ୍ଟେ ୪୧ଥର ପାଇଁ ଜମ୍ପିଂ କରିଛନ୍ତି। ଦୁଇଜଣ ପାରାଶୁଟ୍‌ ସାହାଯ୍ୟରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରିଛନ୍ତି।

d2

ଏହି ଭିଡିଓକୁ ଶୁଟ୍‌ କରିଥିବା ବ୍ରୁନୋଙ୍କ ସାଙ୍ଗ ତଥା ନରେଓ୍ଵ ଆଥ୍‌ଲେଟ ଜୋକ୍‌ ସୋମର କଜୁଜାକୁ ଦୁନିଆର ସବୁଠାରୁ ଭାଗ୍ୟଶାଳୀ କୁକୁର ବୋଲି କହିଛନ୍ତି। ସେ ସୂଚନା ଦେଇଛନ୍ତି କି, କୁକୁରଟି ଲଗାତାର ଭାବେ ଜମ୍ପିଂରେ ଭାଗ ନେଇଆସୁଛି। ସେଥିପାଇଁ ଏତେ ଉଚ୍ଚରୁ ଡରିବା ପରିବର୍ତ୍ତେ ଖୁବ୍‌ ମଜା ନେଇଥିଲା।

d4

କୁକୁରର ମାଲିକ କହିଥିଲେ, ‘ଯେତେବେଳେ ମୋତେ କଜୁଜା ସହିତ ସମୟ ବିତାଇବାକୁ ପଡ଼ିଥାଏ, ସେତେବେଳେ ମୁଁ ବେସ୍‌ ଜମ୍ପିଂ କରିଥାଏ। ପୂର୍ବରୁ ମୁଁ ବେସ୍‌ ଜମ୍ପିଂ କରିପାରୁ ନ ଥିଲି। କାରଣ, କୁକୁରର ଦେଖାଶୁଣା କରିବାକୁ କେହି ନ ଥିଲେ। ଦିନେ ମୁଁ ତାକୁ ନିଜ ସାଥୀରେ ପାହାଡ଼ ଉପରକୁ ନେଇଆସିଥିଲି। ଏହା ଦେଖିବାକୁ ଚାହୁଁଥିଲି ଯେ କୁକୁର ବେସ୍‌ ଜମ୍ପିଂ ପାଇଁ କେତେ ପ୍ରସ୍ତୁତ ଅଛି? ଏହାପରେ ଆମେ ଏକାଠି ମିଶି ଜମ୍ପିଂ କରିଥିଲୁ। ଏହା ପୂର୍ବରୁ ଆମେ ୪୦ଥର ବେସ୍‌ ଜମ୍ପିଂ କରିସାରିଛୁ’।

Leave A Reply

Your email address will not be published.