Below header

ବର୍ଷା ସମୟରେ ମଝି ଆକାଶରୁ ଖସିଆସିଲା ଅଗ୍ନିପିଣ୍ଡୁଳା, ଆଉ ତା’ ପରେ..

ଦିଲ୍ଲୀ ଏନସିଆର ଏବଂ ତାର ଆଖପାଖ ଅଞ୍ଚଳରେ ବର୍ଷା ହେଉଥିବା ସମୟରେ ଗାଜିଆବାଦ ରେଳ ଷ୍ଟେସନ୍ ନିକଟରେ ଶୂନ୍ୟରୁ ଏକ ଅଗ୍ନି ପିଣ୍ଡୁଳା ଖସିଛି। ଯେଉଁଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେହି ଅଗ୍ନି ପିଣ୍ଡୁଳାରେ ସୋଡିୟମ୍ ଥିବା କଥା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି।

gaziabad

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ବର୍ଷୁଥିବାରୁ ଷ୍ଟେସନ ପାଖରେ ଗୁଡ଼ାଏ ଲୋକ ଆଶ୍ରୟ ନେଇଥିଲେ। ସେତିକି ବେଳେ ବଜ୍ରନାଦ କରି ଶୂନ୍ୟରୁ ଉଲ୍କା ଭଳି ଅଗ୍ନି ପିଣ୍ଡୁଳାଟିଏ ଖସିଥିଲା। ଉପସ୍ଥିତ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଲ୍କା ଭଳି ଦିଶୁଥିବା ସେ ଜିନିଷରୁ ନିଆଁ ଲିଭାଇ ଦିଆଯିବା ପରେ ମଧ୍ୟ ତାହା କୁହୁଳୁ ଥିଲା ବୋଲି ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି। ଅଧିକ ପରୀକ୍ଷା ନିମନ୍ତେ ଏହାର ନମୁନା ଲକ୍ଷ୍ନୌସ୍ଥିତ ଏକ ପରୀକ୍ଷାଗାରକୁ ପଠାଇଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.