ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଭାବ, ୨୦-୩୦ % କମିଲା ବିମାନ ଟିକେଟ ଦାମ୍
ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପ୍ରଭାବରେ ବିମାନ ଟିକେଟ ଦାମ୍ କମ୍ ହେବାରେ ଲାଗିଛି । ବିମାନ ଟିକେଟ ଦାମ୍ ୨୦ରୁ ୩୦ ପ୍ରତିଶତ କମ୍ ହୋଇଛି । ବନ୍ଦେ ଭାରତ ଟ୍ରେନ ଚାଲିବା ପରେ ଏୟାର ଟ୍ରାଫିକ ୧୦-୨୦ ପ୍ରତିଶତ କମ ହୋଇଛି ।

ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର କ୍ରେଜ ବଢିବାରେ ଲାଗିଛି । ଆଉ ଏହାର ପ୍ରଭାବରେ ବିମାନ ଟିକେଟ ଦାମ୍ କମ୍ ହେବାରେ ଲାଗିଛି । ବିମାନ ଟିକେଟ ଦାମ୍ ୨୦ରୁ ୩୦ ପ୍ରତିଶତ କମ୍ ହୋଇଛି । ବନ୍ଦେ ଭାରତ ଟ୍ରେନ ଅଧିକ ଚାଲିବା ଯୋଗୁଁ ଏୟାର ଟ୍ରାଫିକ ଉପରେ ମଧ୍ୟ ପ୍ରଭାବ ପଡିଛି ।
ଖବର ମୁତାବକ, ମଧ୍ୟ ରେଲୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବରାଜ ମାନସପୁରୀ କହିଛନ୍ତି, ବନ୍ଦେ ଭାରତ ଟ୍ରେନ ଚାଲିବା ପରେ ଏୟାର ଟ୍ରାଫିକ ୧୦-୨୦ ପ୍ରତିଶତ କମ ହୋଇଛି । ତେବେ ଦେଶର ୩୪ ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି । ରେଲୱେ ଲଗାତାର ବନ୍ଦେ ଭାରତ ଯାତ୍ରୀଙ୍କ ସଂଖ୍ୟା ବଢାଇବା ପାଇଁ ଚେଷ୍ଟା କରୁଛି ।
ସିଆରର ଡାଟା ଅନୁସାରେ ମୁମ୍ବାଇରୁ ଆରମ୍ଭ ହେଉଥିବା ବନ୍ଦେ ଭାରତରେ ସବୁଠାରୁ ଅଧିକ ଯାତ୍ରୀ ୩୧ରୁ ୪୫ ବର୍ଷ ବୟସର ବ୍ୟକ୍ତି ଯାତ୍ରା କରୁଛନ୍ତି । ଏହା ପରେ ୧୫ରୁ ୩୦ ବର୍ଷର ଯାତ୍ରୀ ମଧ୍ୟ ରହିଛନ୍ତି । ତେବେ ରେଲୱେ କହିବା ଅନୁସାରେ ସିଆର ୪ ଟି ମାର୍ଗରେ ଚାଲୁଛି । ତେବେ ଏହି ରିସର୍ଚ୍ଚ ୧୫ ସେପ୍ଟେମ୍ବରରୁ ୧୩ ଅକ୍ଟୋବର ମଧ୍ୟରେ କରାଯାଇଥିଲା । ଏଥିରେ ୮୫ ହଜାର ୬୦୦ ପୁରୁଷ, ୨୬ ଟ୍ରାନ୍ସଜେଣ୍ଡର, ୫୭ ହଜାର ୮୩୮ ମହିଳା ଯାତ୍ରୀ ସାମିଲ ଥିଲେ ।
ତେବେ ଦୂର ଯାତ୍ରା ପାଇଁ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଖୁବଶୀଘ୍ର ଲଞ୍ଚ ହେବ । ଏହାପରେ ଜୋରସୋରରେ କାମ ଚାଲିଛି । ବନ୍ଦେ ଭାରତ ଟ୍ରେନରେ ଚେୟାର ସୁବିଧା ପାଉଥିବା ଲୋକମାନେ ଏବେ ଖୁବଶୀଘ୍ର ସ୍ଲିପର ବ୍ୟବସ୍ଥା ମଧ୍ୟ ପାଇପାରିବେ । ଆଗାମୀ ୨୦୨୪ରେ ଏହି ବ୍ୟବସ୍ଥା ବନ୍ଦେ ଭାରତ ଟ୍ରେନରେ ମିଳିପାରେ ।