Below header

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ୍: ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ବ୍ରହ୍ମପୁତ୍ର ନଦୀ, ଗଲାଣି ୭୬ ଜଣଙ୍କ ଜୀବନ

ଆସାମ: ଆସାମରେ ବନ୍ୟା । ଚିନ୍ତା ବଢ଼ାଇଛି ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବନ୍ୟା ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୭୬ ଜଣଙ୍କ ଜୀବନ ଗଲାଣି । ବନ୍ୟା ଯୋଗୁ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି ।

ପାଖାପାଖି ୧୦୦ରୁ ଅଧିକ ଗାଁ ପାଣି ଘେରରେ ରହିଛନ୍ତି । ଘର ଭିତରେ ମଧ୍ୟ ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାଜଳ ପ୍ରଭାବିତ ହେଉଛି । ଅନେକ ଗାଁକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.