Below header

କରୋନାରେ ଏବେ ଯାଏଁ ୧୩୦୨ ଡାକ୍ତର ସଂକ୍ରମିତ, ୯୯ ଜଣଙ୍କ ମୃତ୍ୟୁ; ଚିନ୍ତା ବ୍ୟକ୍ତ କଲା IMA

କରୋନା ଭାଇରସ୍‌ ଯୋଗୁ କେବଳ ସାଧାରଣ ଲୋକ ନୁହେଁ କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତରଙ୍କର ମଧ୍ୟ ମୃତ୍ୟୁ ଘଟୁଛି। ଏବେ ଯାଏଁ ପ୍ରାୟ ଅନେକ ଡାକ୍ତର ଡ୍ୟୁଟିରେ ଥିବା ବେଳେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିସାରିଲେଣି। ଡାକ୍ତରଙ୍କ ମୃତ୍ୟୁ ପରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ରେଡ୍‌ ଆଲର୍ଟ ଜାରି କରିଛି। ଆଇଏମ୍‌ଏର କହିବାନୁସାରେ କରୋନା ସଂକ୍ରମଣ ରୋକିବା ପାଇଁ ଡାକ୍ତରମାନେ ପ୍ରଥମେ ନିଜ ଯତ୍ନ ନେବା ଆବଶ୍ୟକ।

IMA says 99 doctors succumbed to COVID-19, issues 'Red alert' for ...

ଆଇଏମ୍‌ଏ କହିଛି ଯେ କରୋନା ମାମଲା କମ୍‌ ହେବାକୁ ଡାକ୍ତର ପ୍ରଥମେ ନିଜର ଓ ପରିବାରର ଯତ୍ନ ନେବା ଆବଶ୍ୟକ। ଆଗଧାଡ଼ିରେ ରହି ଲୋକଙ୍କ ସେବା କରୁଥିବା ଡାକ୍ତର ରୋଗରେ ପଡ଼ିଲେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଷୁଡ଼ିପଡ଼ିବ।

Highlights: IMC issues red alert for medics as 99 doctors die from ...

ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ଏକ ଡାଟା ଜାରି କରି କହିଛନ୍ତି ଦେଶରେ ୯୯ ଡାକ୍ତରଙ୍କ ଜୀବନ କରୋନା ରୋଗୀଙ୍କ ଚିକିତ୍ସା କରିବା ବେଳେ ଯାଇଛି। ଆଇଏମ୍‌ଏ ତଥ୍ୟ ମୁତାବକ ୧୩୦୨ ଜଣ ଡାକ୍ତର ଡ୍ୟୁଟି ବେଳେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଡାକ୍ତରଙ୍କ ମଧ୍ୟରେ ୭୩ ଜଣ ଡାକ୍ତରଙ୍କ ବୟସ ୫୦ ବର୍ଷରୁ ଅଧିକ ଥିଲା। ୧୯ ଡାକ୍ତରଙ୍କ ବୟସ ୩୫ରୁ ୫୦ ଥିବା ବେଳେ ୭ ଜଣଙ୍କ ବୟସ ୩୫ରୁ କମ୍‌ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.