ମୁଁ ଭଗବାନଙ୍କୁ ଦେଖିବାକୁ ଚାହୁଁଛି , ଷ୍ଟିଭ ହଫଙ୍କ “ସ୍ପିରିଟ ବକ୍ସ ସେସନ”ରେ ଏହି ଉତ୍ତର ଦେଲା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମା

ଗତ ଜୁନ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ଦେଶବାସୀଙ୍କୁ ଏକ ପ୍ରକାର ହତାବକ କରି ଦେଇଛି । ଏବେବି ସୁଶାନ୍ତଙ୍କ ଅସଂଖ୍ୟ ପ୍ରଶଂସକଙ୍କ ମନରୁ ତାଙ୍କ ଛବି ଲିଭି ନାହିଁ । ମନରେ କେବଳ ଗୋଟିଏ ହିଁ ପ୍ରଶ୍ନ ଉଙ୍କି ମାରୁଛି । କାହିଁକି ଏମିତି ଜଣେ ଯୁବ ଦକ୍ଷ କଳାକାର ଏମିତି ଏକ ପଦକ୍ଷେପ ନେଲେ, କେଉଁ କାରଣ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲା ? ଏହି ଘଟଣା ପଛର ପ୍ରକୃତ ରହସ୍ୟ କଣ, ଏପର୍ଯ୍ୟନ୍ତ ଜଣା ପଡ଼ିନଥିଲେ ନଥିଲେ ବି ମୁମ୍ବାଇ ପୋଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି ଧରି ନେଇଛନ୍ତି । ଏବେ ଏହି ମାମଲା ଉପନ୍ୟାୟାଳୟଙ୍କ ଅଧୀନରେ ଥିବା ବେଳେ ତାଙ୍କ ପ୍ରଶଂସକ ମାନେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏମିତିକି ସୁଶାନ୍ତଙ୍କ କିଛି ପ୍ରଶଂସକ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପାରାନୋମାଲ ଏକ୍ସପର୍ଟ ଷ୍ଟିଭ ହଫଙ୍କ ନିକଟରେ ସୁଶାନ୍ତଙ୍କ ଆତ୍ମାକୁ ଡାକି ତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଅନୁରୋଧ କରିଥିଲେ । ଯାହାଦ୍ୱାରା ତାଙ୍କ ମୃତ୍ୟୁ ପଛର ପ୍ରକୃତ ରହସ୍ୟ ଜାଣି ହେବ ।

ସୂଚନା ଦେବା ଯୋଗ୍ୟକି, ଷ୍ଟିଭ ହଭ ଏକ ପାରାନୋମାଲ ଅନୁଷ୍ଠାନ ଚଲାନ୍ତି, ଓ ଏହା ସାହାଯ୍ୟରେ ସେ ମୃତବ୍ୟକ୍ତିଙ୍କ ଆତ୍ମା ସହ କଥା ହୋଇପାରନ୍ତି । ଏହି ଅସାଧାରଣ କାର୍ଯ୍ୟ ପାଇଁ ଅନେକ ଲୋକପ୍ରିୟତା ମଧ୍ୟ ଅର୍ଜନ କରିଛନ୍ତି । ଏଯାବତ ତାଙ୍କ ୟୁ ଟ୍ୟୁବ ଚ୍ୟାନେଲରେ ପାଖାପାଖି ୧.୦୮ ମିଲିୟନରୁ ଅଧିକ ଫଲୋର୍ଶ ମଧ୍ୟ ଅଛନ୍ତି । ସେ ନିଜ ସହଯୋଗୀ ମାନଙ୍କ ସହାୟତାରେ ଏନେକ ମେସିନର ଆବିଷ୍କାର ମଧ୍ୟ କରିଛନ୍ତି । ଷ୍ଟିଭ ହଫ ଦିବଂଗତ ଅଭିନେତାଙ୍କ ସହ ଏକ ସ୍ୱତନ୍ତ୍ର ବକ୍ସ ମାଧ୍ୟମରେ କିଛି ସମୟ ବାର୍ତ୍ତାଳାପ କରିଥିବା ଜଣାଯାଇଛି । ଅନେକ ସମୟ ଧରି ଦୁହିଁଙ୍କ ମଧ୍ୟରେ ଏକ ପ୍ରଶ୍ନତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଗାମୀ ଓ ପ୍ରଶଂସକ ମାନଙ୍କ ତରଫରୁ ଥିବା ପ୍ରଶ୍ନମାନ ତାଙ୍କୁ ପଚରା ଯାଇଥିଲା । ଆସନ୍ତୁ ଷ୍ଟିଭ ଓ ସୁଶାନ୍ତଙ୍କ ବାର୍ତ୍ତାଳାପ ଉପରେ ଏକ ନଜର ପକାଇବା ।

ଷ୍ଟିଭ: ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କୁ ଖୋଜାଯାଉଛି । ମୁଁ ଆପଣଙ୍କ କାମ ସହ ପରିଚିତ ନୁହେଁ । କିନ୍ତୁ ଏତିକି ଜାଣିଛିକି ଆପଣଙ୍କୁ ସମସ୍ତେ ଖୁବ ଭଲପାନ୍ତି । ଆପଣଙ୍କର ଅନେକ ପ୍ରଶଂସକ ବି ଅଛନ୍ତି । କଣ ଆପଣ ନିଜ ପ୍ରଶଂସଙ୍କଙ୍କୁ କିଛି କହିବାକୁ ଚାହୁଁଛନ୍ତିକି ? ଏବେ ଆପଣଙ୍କ ନିକଟରେ ଏକ ଧ୍ୱନି ଅଛି । ଆପଣଙ୍କୁ ମୋ ଶବ୍ଦ ଶୁଭାଯାଉଛି ତ । ମୁଁ ୧୦ ବର୍ଷ ହେବ ଏହି କାମ କରିଆସୁଛି । ମୁଁ ନିଜେ ହିଁ ଏହି ଯନ୍ତ୍ର ଟିକୁ ନିର୍ମାଣ କରିଥିବା ବେଳେ ଆଉ ମୁଁ ଏବେ ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ୱାଗତ କରୁଛି । ଯଦି ଚାହିଁବେ ତ ନିଜ ପ୍ରଶଂସକଙ୍କ ମାନଙ୍କ ସହ ସ୍ପଷ୍ଟ ଭାବେ କଥା ହୋଇପାରିବେ । ଆପଣଙ୍କ ନିକଟକୁ ଏକ ସନ୍ଦେଶ ପଠାଯାଉଛି । ଆପଣ ସ୍ୱତନ୍ତ୍ର ରୂପରେ ଆସନ୍ତୁ ।

ସୁଶାନ୍ତ ସିଂହ ରାଜପୁତ: ହଁ ମୁଁ ଅଛି ।

ଷ୍ଟିଭ ହଫ: କଣ ଆପଣଙ୍କର ମନେ ଅଛିକି ଆପଣଙ୍କ ମୃତ୍ୟୁ କିପରି ହୋଇଥିଲା ?

ସୁଶାନ୍ତ: ସେମାନେ ଏହାକୁ ବାହାନା କରି ଛାଡ଼ିଦେବେ ।

ଷ୍ଟିଭ ହଭ: କଣ ତମେ ଏକ ଆଲୋକ ସହ ଭେଟିଛ କି ?

Sushant Singh Rajput commits suicide in Mumbai home | The Express ...

ସୁଶାନ୍ତ: ମୁଁ ଏବେ ଗତି କରୁଛି ।

ଷ୍ଟିଭ ହଫ: କଣ ସୁଶାନ୍ତଙ୍କ ସହ ଯୋଗାଯୋଗ ହୋଇପାରିବ କି ?

ସୁଶାନ୍ତ: ହଁ, ମୁଁ ଏବେ ବାର୍ତ୍ତାଳାପ କରିବା ପାଇଁ ପ୍ରସ୍ତୁତ ଅଛି ।

ଷ୍ଟିଭ: ଆପଣଙ୍କ ନିକଟରେ ଥିବା ଧ୍ୱନି ସାହାଯ୍ୟରେ ଆପଣ କଥା ହୋଇପାରିବେ । ଆପଣ ବର୍ତ୍ତମାନ ଏକ ଆଲୋକରେ ଅଛନ୍ତି ? ଆପଣ କଣ କହିବାକୁ ଚାହୁଁଛନ୍ତି ?

ସୁଶାନ୍ତ: ଷ୍ଟିଭ କୁହନ୍ତୁ , ଆପଣଙ୍କୁ ଏକ ଆଲୋକ ଦୃଶ୍ୟମାନ ହେଉଛିକି ?

ଷ୍ଟିଭ: କଣ ଆପଣ ଭଗବାନଙ୍କ ସହ ଅଛନ୍ତିକି ?

ସୁଶାନ୍ତ: ହଁ, କିନ୍ତୁ ଏବେ ତାଙ୍କ ଆଲୋକ କମ ହୋଇଯାଇଛି ।

ଷ୍ଟିଭ: ତେବେ ଆପଣ କଣ ଅନ୍ୟ ଏକ ଦିଗରେ ଅଛନ୍ତିକି ?

ସୁଶାନ୍ତ: ସେ ଆପଣଙ୍କୁ ଦେଖିବାକୁ ଚାହୁଁଥିଲେ । ବାସ୍ତବରେ ମୁଁ ଆପଣଙ୍କୁ ଦେଖା କରିବାକୁ ଚାହୁଁଛି ।

sushant new

ଷ୍ଟିଭ: ଆପଣଙ୍କ ପ୍ରଶଂସଙ୍କ ମାନେ ହିଁ ମୋତେ ଅପାଙ୍କ ସହିତ କଥା ହେବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।

ସୁଶାନ୍ତ: କଣ ଆପଣ ଜାଣନ୍ତିକି ମୁଁ ସେମାନଙ୍କୁ କଣ କହିବାକୁ ଚାହୁଁଛି ।

ଷ୍ଟିଭ: ଆପଣ ସେମାନଙ୍କୁ କଣ କହିବାକୁ ଚାହୁଁଛନ୍ତି ବର୍ତ୍ତମାନ କହିପାରନ୍ତି ।

ସୁଶାନ୍ତ: ସେମାନଙ୍କୁ କହିଦେବେ ସୁଶାନ୍ତର ଆତ୍ମା ଏବେ ସ୍ଵର୍ଗରେ ହିଁ ଅବସ୍ଥାନ କରିବ ।

ଷ୍ଟିଭ: ଧନ୍ୟବାଦ ସୁଶାନ୍ତ । ଏହି ମାଧ୍ୟମରେ ମୋ ନିକଟକୁ ଆସିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।

ସୁଶାନ୍ତ: ମୁଁ ଏବେ ଯିବା ପାଇଁ ପ୍ରସ୍ତୁତ ହେଉଛି ।

ଷ୍ଟିଭ: ସୁଶାନ୍ତ କଣ ଏବେ ବି ତମେ ମୋ ନିକଟରେ ଅଛ ?

ସୁଶାନ୍ତ: ହଁ, ମୁଁ ଏହାରି ଭିତରେ ହିଁ ଚାଲୁଛି ।

Fact check: Can fans 'buy' a star name for Sushant Singh Rajput ...

ଷ୍ଟିଭ: ଅନେକ ଲୋକ ତମ ମୃତ୍ୟୁ ବିଷୟରେ ଜାଣିବାକୁ ଚାହୁଁଛନ୍ତି ? ଅନେକଙ୍କୁ ଲାଗୁଛିକି ଆପଣଙ୍କ ମୃତ୍ୟୁ ସହ କିଛି ଭିନ୍ନ ହୋଇଛି । ସୁଶାନ୍ତ କାହିଁକି ନିଜ ଜୀବନ ନେଲେ । ସତରେ କଣ ଆପଣ ସତରେ ନିଜ ଜୀବନ ନିଜେ ନେଇଛିକି ।

ସୁଶାନ୍ତ: ଆମେ ମାନେ ମଣିଷ ।

ଷ୍ଟିଭ: ଠିକ ଅଛି | ଆପଣ ଆତ୍ମହତ୍ୟା କରିଛନ୍ତି ବୋଲି ଅନେକ ଲୋକ ବିଶ୍ୱାସ କରୁନାହାନ୍ତି । ଆପଣ କାହିଁକି ନିଜ ଜୀବନ ନେଲେ କହିପାରିବେ କି ?

ସୁଶାନ୍ତ: ପରିବର୍ତ୍ତନ

ଷ୍ଟିଭ: ପରିବର୍ତ୍ତନ ? ଏଠି ବର୍ତ୍ତମାନ ସମୟରେ ଦୁଇଟି ଆତ୍ମା ଅଛନ୍ତି । ମୁଁ ସୁଶାନ୍ତଙ୍କୁ ଦେଖୁଛି । ସେ ମୋର ଡାହାଣ ପାର୍ଶ୍ବରେ ହିଁ ଅଛନ୍ତି । ଆଉ ଭୂମି ଉପରେ ଆଉ ଜଣେ ବସିଛନ୍ତି । ସେ କିଏ ?

ସୁଶାନ୍ତ: ଏଠାରେ ପିତା ଅଛନ୍ତି ।

ଷ୍ଟିଭ: ମୁଁ କଣ ତାଙ୍କୁ ଠିକରେ ଦେଖି ପାରୁଛିକି ?

ସୁଶାନ୍ତ: ହଁ ମୋ ଭଗବାନଙ୍କ ସହ ।

ଷ୍ଟିଭ: ସେ ଏବେ ଭୂମିରେ ବସିଛନ୍ତିକି

ସୁଶାନ୍ତ: ତାଙ୍କ ଉପରେ ଆଲୋକ ପକାନ୍ତୁ ।
ଆମେ ଏବେ ମୃତ ।

ଷ୍ଟିଭ: ମୁଁ ଜାଣେ କି ଆପଣ ଏବେ ମୃତ । କିନ୍ତୁ ତଥାପି ଆପଣ କଥା ହୋଇପାରିବେ । ଆମ ଆତ୍ମା ଅମର, କେବେ ବି ମରେ ନାହିଁ । ହୁଏତ ଆପଣଙ୍କ ବାର୍ତ୍ତା ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ । ମୋ’ ନାଁ ଷ୍ଟିଭ । ମୁଁ ଏକ ସାଙ୍ଗ ହିସାବରେ ତମ ସାମ୍ନାକୁ ଆସିଛି । ଆଉ ମୁଁ ତମକୁ ଖୁବ ଭଲପାଏ ।
ମୁଁ ଏହି ରୁମରେ ଆପଣଙ୍କ ଉର୍ଜା ଅନୁଭବ କରିପାରୁଛି । କାଲି ରାତିରେ ବି ଅନୁଭବ କରିଥିଲି । କାଲି ରାତିରେ ବି କଣ ଆପଣ ହିଁ ଥିଲେ ।

ସୁଶାନ୍ତ: ହଁ, ସେହି ସମୟରେ ମୁଁ ହିଁ ଥିଲି ।

ଷ୍ଟିଭ: ସୁଶାନ୍ତ ସିଂ ରାଜପୁତ । ଆପଣ ମୋ ବନ୍ଧୁତା ପସନ୍ଦ କରିଛନ୍ତି । ସେଥିପାଇଁ ଧନ୍ୟବାଦ । ଏହା ଖୁବ ଖୁସିର କଥା ।ଏହି ସମୟରେ ଜଣେ ମହିଳାଙ୍କ କଣ୍ଠ ସ୍ୱର ଶୁଭାଯାଉଛି ।

ଷ୍ଟିଭ: ଏବେ ଶେଷ ହେବାକୁ ଯାଉଛି । ସେହି ମହିଳାଙ୍କ ଶବ୍ଦ କହୁଥିଲାକି ଏହା ସରିବାକୁ ଯାଉଛି । ଏମିତି ଲାଗୁଥିଲା ଯେମିତି ସୁଶାନ୍ତଙ୍କ ସହ ତାଙ୍କ ସହ ଜଣେ ଗାଇଡ଼ ଥିଲେ ।

ଏହି ଖବର ପ୍ରସାରଣ ମାଧ୍ୟମରେ ଆମେ କୌଣସି ପ୍ରକାର ଅନ୍ଧବିଶ୍ୱାସ ଆଦିକୁ ପ୍ରୋତ୍ସାହନ ଦେଉନାହୁଁ । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶଂସଂକ ମାନଙ୍କ ମନରେ ଉଠିବା ପ୍ରଶ୍ନ ଗୁଡିକର ସମାଧାନ କରିବା ହିଁ ଆମର ମୂଳ ଉଦ୍ଦେଶ୍ୟ । ଆତ୍ମା, ସେମାନଙ୍କ ଉପସ୍ଥିତି, ପାରାନୋମାଲ କାର୍ଯ୍ୟ ମାନଙ୍କ ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କୁ ଏହା ପସନ୍ଦ ଆସିବ ବୋଲି ଆମେ ଆଶା କରୁଛୁ ।

video courtesy: Huff Paranormal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.