Below header

ହାଇକୋର୍ଟ ମୁଖ୍ୟ ବିଚରାପତି ଟିବି ରାଧାକ୍ରିଷ୍ଣନଙ୍କ ପରଲୋକ, ଦୀର୍ଘଦିନରୁ ହସପିଟାଲରେ ଥିଲେ ଚିକିତ୍ସାଧୀନ

ହାଇକୋର୍ଟର ପୂର୍ବ ଚିଫ ଜଷ୍ଟିସ ଟି ବି ରାଧାକ୍ରିଷ୍ଣନଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା । ସେ କେରଳ, ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା, କୋଲକତା ହାଇକୋର୍ଟର ଚିଫ ଜଷ୍ଟିସ ଭାବେ କାର୍ଯ୍ୟ କରିସାରିଛନ୍ତି ।

ହାଇକୋର୍ଟର ପୂର୍ବ ଚିଫ ଜଷ୍ଟିସ ଟି ବି ରାଧାକ୍ରିଷ୍ଣନଙ୍କ ୬୩ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘଦିନରୁ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେ କେରଳ, ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା, କୋଲକତା ହାଇକୋର୍ଟର ଚିଫ ଜଷ୍ଟିସ ଭାବେ କାର୍ଯ୍ୟ କରିସାରିଛନ୍ତି । ଏହାସହିତ ସେ କେରଳ ଲିଗାଲ ସର୍ଭିସ ଅଥରିଟିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଥିଲେ ।

ରାଧାକ୍ରିଷ୍ଣନ ୧୨ ବର୍ଷ ପର୍ଯ୍ୟନ୍ତ କେରଳ ହାଇକୋର୍ଟରେ ବିଚାରପତି ଭାବେ କାମ କରିଥିଲେ । ଏହାଛଡା ୨ ଥର ଆକ୍ଟିଂ ଚିଫ ଚଷ୍ଟିମ ଭାବେ କାମ କରିଛନ୍ତି ରାଧାକ୍ରିଷ୍ଣନ । ୧୯୮୩ରେ ସେ ଜଣେ ଓକିଲ ଭାବେ ପ୍ରଥମ କେସ୍‌ ଲଢିଥିଲେ । ଜଷ୍ଟିସ ରାଧାକ୍ରିଷ୍ଣନ ୩ଟି ଅଲଗା ଅଲଗା ଅର୍ଥାତ୍‌ ନାଗରିକ, ସମ୍ବିଧାନିକ ଏବଂ ପ୍ରଶାସନିକ ଆଇନରେ ଅଭ୍ୟାସ କରିଥିଲେ । ୨୦୦୪ରେ ସେ କେରଳ ହାଇକୋର୍ଟରେ ଜଷ୍ଟିସ ଭାବେ ପଦୋନ୍ନତି ପାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.