ହସ୍ପିଟାଲରେ ଭର୍ତ୍ତି ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଏଚ୍‌.ଡି. କୁମାରସ୍ୱାମୀଙ୍କୁ ବୁଧବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରବଳ ଜ୍ୱର ସହିତ ଥକ୍କାପଣ ରହିଛି।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଏଚ୍‌.ଡି. କୁମାରସ୍ୱାମୀଙ୍କୁ ବୁଧବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରବଳ ଜ୍ୱର ସହିତ ଥକ୍କାପଣ ରହିଛି। କୁମାରସ୍ୱାମୀଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ ଗତ ସପ୍ତାହରେ କାର୍ଯ୍ୟ ବ୍ୟସ୍ତତା ହେତୁ ତାଙ୍କୁ ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥିଲା।

ସେ ଲଗାତାର ବୈଠକରେ ଯୋଗ ଦେଇଥିଲେ। ଗତ ସପ୍ତାହରେ କୁମାରସ୍ୱାମୀ ଅଭିନେତାରୁ ନେତା ହୋଇଥିବା ନିଜ ପୁଅ ନିଖିଲ କୁମାରସ୍ୱାମୀଙ୍କ ପାଇଁ ଏକ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଥିଲେ।

ତେବେ ବର୍ତ୍ତମାନ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପରିବାର ସଦସ୍ୟ ଏବଂ ପାର୍ଟିର କାର୍ଯ୍ୟକର୍ତ୍ତା ଚିନ୍ତିତ ଅଛନ୍ତି। କାରଣ, ୬୩ ବର୍ଷୀୟ କୁମାରସ୍ୱାମୀଙ୍କର ପୂର୍ବରୁ ଏକ ବଡ଼ ହାର୍ଟ ସର୍ଜରୀ ହୋଇଛି। କିନ୍ତୁ ଡାକ୍ତରମାନେ ଆଶ୍ୱସନା ଦେଇଛନ୍ତି ଯେ ସେ ବହୁତ ଜଲ୍‌ଦି ସୁସ୍ଥ ହୋଇଯିବେ।

କହି ରଖୁଛୁ, ଏଥି ପୂର୍ବରୁ ଏପ୍ରିଲ ୨୨ରେ ତାଙ୍କୁ ଥକ୍କାପଣ ଏବଂ ସାମାନ୍ୟ ଦୁର୍ବଳ ଲାଗିବାରୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ସେ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନଜରରେ ରଖି ଦଳୀୟ ଆଶାୟୀମାନଙ୍କ ପାଇଁ କ୍ରମାଗତ ଭାବେ ପ୍ରଚାରରେ ମାତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.