ମିଷ୍ଟର ଇଣ୍ଡିଆ ବିଜେତା ମନୋଜ ପାଟିଲଙ୍କ ଆତ୍ମହତ୍ୟା ଉଦ୍ୟମ, ସୁଇସାଇଡ୍‌ ନୋଟ୍‌ରେ ସାହିଲ ଖାନ୍‌ଙ୍କୁ କଲେ ଦାୟୀ

ନିଜ ଜୀବନ ନେବାକୁ ଚେଷ୍ଟା କରିଛନ୍ତି ମିଷ୍ଟର ଇଣ୍ଡିଆ ବିଜେତା ବଡି ବିଲ୍ଡର ମନୋଜ ପାଟିଲ। ମୁମ୍ବାଇରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଏହି ସେଲିବ୍ରିଟି। ରିପୋର୍ଟ ମୁତାବକ, ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ପୂର୍ବରୁ ମନୋଜ ଏକ ନୋଟ୍‌ ଲେଖିଛନ୍ତି। ସେଥିରେ ସେ ଅଭିନେତା ତଥା ଇନ୍‌ଫ୍ଲୁଏନ୍‌ସର ସାହିଲ ଖାନ୍‌ଙ୍କୁ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି। ଏହି ସୁଇସାଇଡ୍‌ ନୋଟ୍‌ ଓଶିବାରା ପୋଲିସ ଅଧିକାରୀଙ୍କ ନାଁରେ ଲେଖାଯାଇଛି।

manoj

ଏହି ସୁଇସାଇଡ୍‌ ନୋଟ୍‌ରେ ମନୋଜ ସାହିଲ ଖାନ୍‌ଙ୍କ ବିରୋଧରେ ସାଇବର ବୁଲିଂ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି। ଏଥିସହ ମନୋଜ ସୋସିଆଲ ମିଡିଆରେ ଏକ ଅଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ତେବେ ଗୁରୁତର ଅବସ୍ଥାରେ ମନୋଜଙ୍କୁ ମୁମ୍ବାଇସ୍ଥିତ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ମନୋଜ ପାଟିଲ ନିଜ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ପ୍ରତାଡ଼ନା ଓ ବଦନାମୀ ଯୋଗୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ମିଷ୍ଟର ଇଣ୍ଡିଆ ହେବା ପରେ ମନୋଜ ଅଲମ୍ପିକ ପାଇଁ ଚେଷ୍ଟା ଚଳାଇଥିଲେ। ସାହିଲ ଖାନ୍‌ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିଲେ। ମନୋଜ କହିଛନ୍ତି, ସାହିଲଙ୍କ ଯୋଗୁ ସେ ଏଥିରେ ଅଂଶଗ୍ରହଣ କରିପାରିନାହାନ୍ତି। ସେ ଅଲମ୍ପିକକୁ କେମିତି ନଯିବେ ସେଥିପାଇଁ ସାହିଲ ସବୁବେଳେ ଚେଷ୍ଟା କରୁଥିଲେ ବୋଲି ସୁଇସାଇଡ୍‌ ନୋଟ୍‌ରେ ଅଭିଯୋଗ କରିଛନ୍ତି ମନୋଜ।

You might also like