Below header

ସୁକେଶ ଚନ୍ଦ୍ରଶେଖରଙ୍କୁ ସୁରକ୍ଷା ଦେବା ପାଇଁ ନେଇଥିଲେ ୧୨.୫ କୋଟି ଟଙ୍କା! ତିହାର ଜେଲର ପୂର୍ବ ଡିଜି ସନ୍ଦୀପ ଗୋଏଲ ନିଲମ୍ବିତ

ଆଇପିଏସ୍‌ ଅଧିକାରୀ ତଥା ତିହାର ଜେଲର ପୂର୍ବତନ ଡିଜି ସନ୍ଦୀପ ଗୋଏଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଦିଆଯାଇଛି। ଭ୍ରଷ୍ଟାଚାର ଅଭିଯୋଗ ଆସିବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସନ୍ଦୀପଙ୍କ ଉପରେ ମହାଠକ ସୁକେଶ ଚନ୍ଦ୍ରଶେଖର ଗତ ମାସରେ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗ ମୁତାବକ, ସନ୍ଦୀପ ଗୋଏଲ ତାଙ୍କୁ ସୁରକ୍ଷା ଦେବା ପାଇଁ ୧୨.୫ କୋଟି ଟଙ୍କା ନେଇଥିଲେ। ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସନ୍ଦୀପଙ୍କର ୧ ମାସ ପୂର୍ବରୁ ଟ୍ରାନ୍ସଫର ହୋଇଥିଲା।

ପୂର୍ବତନ ଡିଜି ସନ୍ଦୀପ ଗୋଏଲଙ୍କ କାର୍ଯ୍ୟକାଳ ସମୟରେ ତିହାର ଜେଲରେ ଭ୍ରଷ୍ଟାଚାରର ଅନେକ ଗମ୍ଭୀର ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ସନ୍ଦୀପ ଗୋଏଲଙ୍କ ଉପରେ ମଧ୍ୟ ଲାଗିଥିଲା। ସନ୍ଦୀପ ଗୋଏଲ ବର୍ତ୍ତମାନ ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.