Below header

ପତ୍ନୀଙ୍କ ସହ ବି ଜବରଦସ୍ତ ସମ୍ପର୍କ ରଖିଲେ ପତି ପଡିପାରନ୍ତି ରେପ୍‌ ମାମଲାରେ, କର୍ଣ୍ଣାଟକ ହାଇକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ : ପତ୍ନୀଙ୍କ ସହ ଜବରଦସ୍ତ ସମ୍ପର୍କ ରଖିବାକୁ ମଧ୍ୟ ରେପ୍‌ ବା ଦୁଷ୍କର୍ମ ଭାବେ ଗ୍ରହଣ କରିବାକୁ କର୍ଣ୍ଣାଟକ ସରକାର କହିଛନ୍ତି । ଏପରି ଏକ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କର୍ଣ୍ଣାଟକ ସରକାର ଠିକ୍‌ ବୋଲି କହିଛନ୍ତି । ଏପରି ମାମଲାରେ ରେପ୍‌ ମାମଲା ଦାୟର କରାଯାଇଥିବା ବେଳେ ପତିଙ୍କୁ ଦୋଷୀ ଭାବେ ଗ୍ରହଣ କରିଛନ୍ତି କୋର୍ଟ ।

ପତ୍ନୀଙ୍କ ରେପ୍‌ ମାମଲାରେ ଅଭିଯୁକ୍ତ ହୋଇଥିବା ପତି ସୁପ୍ରିମକୋର୍ଟରେ ନ୍ୟାୟ ଭିକ୍ଷା କରିଥିଲେ । ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ରେପ ମାନ୍ୟତା ନଦେବାକୁ ସେ କୋର୍ଟରେ ଅପିଲ କରିଥିଲେ । ସୁପ୍ରିମକୋର୍ଟର ତତ୍କାଳୀନ ଚିଫ ଜଷ୍ଟିସ ଏନ୍‌ ବି ରମଣା, ଜଷ୍ଟିସ ହୀମା କୋହଲି ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟ ରାୟକୁ ରୋକ ଲଗାଇଛନ୍ତି ।
ହେଲେ କର୍ଣ୍ଣାଟକର ବୋମାଇ ସରକାର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଠିକ କହିଥିଲେ । ହାଇକୋର୍ଟ ଅଭିଯୁକ୍ତ ପତିଙ୍କ ବିରୋଧରେ ଟ୍ରାଏଲ ଆରମ୍ଭ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ ।

କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି

କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ,ଆଇପିସି ଧାରା ୩୫୭ର ସେକସନ୍‌ ୨ ଶେଷ ନିଷ୍ପତ୍ତି ନୁହେଁ । ରେପ ସର୍ବଦା ରେପ୍‌ ହୋଇଥାଏ । ତାହା ପତି କରନ୍ତୁ ବା ଆଉ କେହି । ତେଣୁ ପତିଙ୍କ ବିରୋଧରେ ଆଇନ କାର୍ଯ୍ୟକାରୀ ହେବ ।

ଦିଲ୍ଲୀ ହାଇକୋର୍ଟ ମାମଲାରେ ବୈବାହିକ ରେପ୍‌ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ମତ ନଦେଇ ନୀରବ ରହିଛନ୍ତି । ବରଂ କୋର୍ଟକୁ ଯାହା ଠିକ ଲାଗୁଛି ତାହା କରନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ବୈବାହିକ ରେପ୍‌ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.