ସମୁଦ୍ର ବୁଲିବାକୁ ଯାଇଥିଲେ ଯୁବତୀ, ତ ମତ୍ସ୍ୟଜୀବୀଙ୍କୁ ଭଲପାଇ ବସିଥିଲେ…ଏବେ ୨୩ ବର୍ଷ ପରେ ପୁଣିଥରେ ହେଲା ଭେଟ

ପ୍ରେମର କୌଣସି ସୀମା ନ ଥାଏ। ପ୍ରେମ କରୁଥିବା ଲୋକଙ୍କର ଏଭଳି ଅନେକ କାହାଣୀ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ କେହି ବିଶ୍ୱାସ କରି ପାରନ୍ତିନି। ଏମିତି ହିଁ ସ୍ୱିଡେନର ଜଣେ ଯୁବତୀ କିଛି ବର୍ଷ ପୂର୍ବେ ଥାଇଲାଣ୍ଡ ବୁଲିବାକୁ ଯାଇଥିଲେ ଏବଂ ସେଠାରେ ଥିବା ଫିଫି ଆଇଲାଣ୍ଡରେ ଜଣେ ମତ୍ସ୍ୟଜୀବୀ ଯୁବକଙ୍କୁ ହୃଦୟ ଦେଇ ବସିଥିଲେ। ଉଭୟ ପାଖାପାଖି ୭ ମାସ ଯାଏ ଏକାଠି ରହିଥିଲେ ଏବଂ ଏହାପରେ ଯୁବତୀ ଜଣକ ସ୍ୱିଡେନ ଫେରି ଆସିଥିଲେ। କିନ୍ତୁ ସେତେବେଳକୁ ସେ ଗର୍ଭବତୀ ହୋଇସାରିଥିଲେ।

୧୯୯୨ ମସିହାର କାହାଣୀ

ବାସ୍ତବରେ, ଏହି କାହାଣୀ ହେଉଛି ସ୍ୱିଡେନରେ ରହୁଥିବା ୨୨ ବର୍ଷୀୟା ଜେନେଟ୍‌ ଏବଂ ଥାଇଲାଣ୍ଡରେ ରହୁଥିବା ମତ୍ସ୍ୟଜୀବୀ ସୁଲାଇଙ୍କର। ମିଡିଆ ରିପୋର୍ଟ ମୁତାବକ, ଏହି କାହାଣୀକୁ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ବିସ୍ତାର ରୂପେ ବର୍ଣ୍ଣନା କରିଛି। ସୂଚନା ଅନୁସାରେ, ଏହି ଘଟଣା ୧୯୯୨ ମସିହାର। ଯେତେବେଳେ ଜେନେଟ୍‌ ମତ୍ସ୍ୟଜୀବୀ ସୁଲାଇଙ୍କ ସହ ରହି ଫେରିଥିଲେ, ସେତେବେଳକୁ ସେ ଗର୍ଭବତୀ ହୋଇସାରିଥିଲେ। କିନ୍ତୁ ସ୍ୱିଡେନରେ ପରିବାର ଲୋକଙ୍କ ଚାପରେ ସେ ନିଜର ଗର୍ଭ ନଷ୍ଟ କରାଇ ଦେଇଥିଲେ। ହେଲେ କେବେ ବି ଥାଇଲାଣ୍ଡ ଫେରିକି ଆସି ନ ଥିଲେ।

ଏହାପରେ ଉଭୟେ ନିଜ ନିଜ ଜୀବନରେ ଆଗକୁ ବଢ଼ିଥିଲେ। କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ଯୁବତୀ ପରେ ଯାହାଙ୍କୁ ବିବାହ କରିଥିଲେ, ତାଙ୍କଠାରୁ ୩ ସନ୍ତାନ ତ ହୋଇଥିଲେ, କିନ୍ତୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା। ଏହାପରେ ୨୦୦୯ରେ ଯୁବତୀ ଜଣକ ପୁଣିଥରେ ସେହି ଫିଫି ଆଇଲାଣ୍ଡରେ ପହଞ୍ଚିଥିଲେ। ଏଥର ସେହି ମତ୍ସ୍ୟଜୀବୀ ତ ମିଳି ନ ଥିଲେ, କିନ୍ତୁ ତାଙ୍କ ଭାଇଙ୍କ ସହ ଭେଟ ହୋଇଥିଲା। ଜଣାପଡ଼ିଥିଲା କି, ମତ୍ସ୍ୟଜୀବୀ ଜଣକ ବାହାରେ କେଉଁଆଡ଼େ ଯାଇଥିଲେ।

ଜେନେଟ୍‌ ପୁଣି ସେଠାରୁ ସ୍ୱିଡେନ ଫେରି ଆସିଥିଲେ ଏବଂ ପୂରା କାହାଣୀ ନିଜ ପିଲାମାନଙ୍କୁ ଶୁଣାଇଥିଲେ। କିଛି ବର୍ଷ ପରେ ୨୦୧୫ରେ ଜେନେଟ୍‌ଙ୍କ ବଡ଼ ଝିଅ ନିଜର ସାଙ୍ଗମାନଙ୍କ ସହିତ ସେଠାରେ ପହଞ୍ଚିଥିଲେ ଏବଂ ସେହି ସମୟରେ ସେ ସୁଲାଇଙ୍କୁ ଭେଟିଥିଲେ। ଏହାପରେ ସେ ନିଜ ମା’ଙ୍କୁ ସେଠାକୁ ଡକାଇଥିଲେ। ଯେତେବେଳେ ସେମାନେ ଉଭୟ ମିଶିଥିଲେ, ତ ଭାବୁକ ହୋଇଯାଇଥିଲେ। ଏହି ୨୩ ବର୍ଷ ଭିତରେ ବହୁତ କିଛି ବଦଳି ଯାଇଥିଲା। ଏବେ ସେମାନେ ଦୁଇଜଣ ଥାଇଲାଣ୍ଡରେ ହିଁ ରହୁଛନ୍ତି। ନିକଟରେ କିଛି ଫଟୋ ଭାଇରାଲ ହେବା ପରେ ସେମାନଙ୍କ ଲଭ୍‌ ଷ୍ଟୋରୀ ଚର୍ଚ୍ଚାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.