Below header

ମହିଳା ଚଳାଉଛନ୍ତି ଇ ରିକ୍ସା, ପୁଅକୁ ବନେଇବେ ଆର୍ମି ଅଫିସର

କେନ୍ୟୁଜ୍‌(ବ୍ୟୁରୋ): ନିଜ ସନ୍ତାନ ପାଇଁ ମାଆ ବାପା ଅନେକ କଷ୍ଟ ଉଠାଉଥିବାର ପୂର୍ବରୁ ନଜିର ରହିଛି । ସନ୍ତାନର ଭବିଷ୍ୟତ ପାଇଁ ନିଜର ସବୁକିଛି ଜଳାଞ୍ଜାଳି ଦେଇ ଦେଇଥାଏ ମାଆ । ମଧ୍ୟପ୍ରଦେଶ ଭୋପାଳରୁ ଏପରି ଏକ ଚିତ୍ର ସାମନାକୁ ଆସିଛି । ପୁଅର ଭବିଷ୍ୟତ ପାଇଁ ମାଆ ଚାଳାଉଛି ଇ ରିକ୍ସା ।

ମହିଳାଙ୍କୁ ରିକ୍ସା ଚଳାଉଥିବାର ଖୁବ କମ ଦେଖିବାକୁ ମିଳିଥାଏ । ଭୋପାଳ ଜୁମେରାତି ଅଞ୍ଚଳର ୩୮ ବର୍ଷିୟ ମହିଳା ଜ୍ୟୋତି ବର୍ମା ଇ ରିକ୍ସା ଚଳାଉଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଯିବା ପରେ ସେ ଏହି ୩ ଚକିଆ ଇ ରିକ୍ସା ଚଳାଉଛନ୍ତି । ତାଙ୍କ ପାଖରେ ଥିବା ଗହଣା ସବୁକୁ ବନ୍ଧକ ରଖି ସେ ଏକ ଇ ରିକ୍ସା କିଣିଥିଲେ । ଏହାସହ ତାଙ୍କର ଏହି ରାସ୍ତାରେ ଅନେକ ବାଧା ଆସିଥିବା ଜ୍ୟୋତି କହିଛନ୍ତି ।

ଜ୍ୟୋତି କହିଛନ୍ତି ଲୋକମାନେ ତାଙ୍କୁ ଦେଖି ହସୁଥିଲେ ଓ ଥଟ୍ଟା ପରିହାସ କରୁଥିଲେ । ଅନ୍ୟ ରିକ୍ସା ଚାଳକ ତାଙ୍କୁ ସମସ୍ୟାରେ ପକାଇବାକୁ ଚେଷ୍ଟା କରୁଥିଲେ । ତାଙ୍କ ପୁଅକୁ ଆର୍ମି ଅଫିସର ବନେଇବା ପାଇଁ ସେ ଦିନରାତି କାମ କରୁଥିବା ଜ୍ୟୋତି କହିଛନ୍ତି ।

ପୁଅକୁ ଢେଡ଼ବର୍ଷ ହେଉଥିଲା ଓ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ଏହାପରେ ସେ ଏକ ଦୋସା ଷ୍ଟଲ ଖୋଲିଥିଲେ । ସେଥିରେ ତାଙ୍କୁ କିନ୍ତୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଥିଲା । ଏହାସହ ସେ ପରଘରେ କାମ କରିବା ଆରମ୍ଭ କରିଦେଇଥିଲେ । ଏଥିରେ ତାଙ୍କ ପୁଅକୁ ଅନ୍ୟ ପିଲାମାନେ ଚିଡ଼େଇବା ଆରମ୍ଭ କରି ଦେଇଥିଲେ । ତେଣୁ ସେ ଏକ ରିକ୍ସା କିଣିଥିଲେ । ସ୍କୁଲ ପରେ ତାଙ୍କ ପୁଅକୁ ରିକ୍ସାରେ ଧରି ପାଠ ପଢାଇଥାନ୍ତି ଜ୍ୟୋତି । ଜ୍ୟୋତିଙ୍କ ରିକ୍ସା ଚାଳନା ଅନ୍ୟା ମାନଙ୍କ ପାଇଁ ପ୍ରେରଣା ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.