ଆକାଶରେ ୧୦୭୫ ବର୍ଷ ପରେ ନଜର ଆସିବ ଦୁର୍ଲ୍ଲଭ ଦୃଶ୍ୟ, ଏକ ସରଳରେଖାରେ ରହିବେ ମଙ୍ଗଳ-ଶନି- ଶୁକ୍ର-ବୃହସ୍ପତି

ଚଳିତ ସପ୍ତାହରେ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ଏକ ସରଳରେଖାରେ ନଜର ଆସିବେ ୪ ଗ୍ରହ। ଏ ନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଆଉ କିଛି ସମୟ ପରେ ବ୍ରହ୍ମାଣ୍ଡରେ ଏକ ଦୁର୍ଲ୍ଲଭ ସଂଯୋଗ ବନିବାକୁ ଯାଉଛି। ଏହି ସପ୍ତାହରେ ମଙ୍ଗଳ, ଶନି, ଶୁକ୍ର ଓ ବୃହସ୍ପତି ଗୋଟିଏ ସରଳ ରେଖାରେ ରହିବେ ଓ ଏହି ଦୃଶ୍ୟକୁ ଖାଲି ଆଖିରେ ବି ଦେଖି ହେବ। ଖାସ୍ କଥା ହେଉଛି ଏମିତି ଅଦ୍ଭୁତ ଦୃଶ୍ୟ ପାଖାପାଖି ୧,୦୭୫ ବର୍ଷ ପରେ ଦେଖିବାକୁ ମିଳିବ। ପୂର୍ବରୁ ଏଭଳି ଦୁର୍ଲ୍ଲଭ ଦୃଶ୍ୟ ୯୪୭ ଏଡିରେ ଦେଖିବାକୁ ମିଳିଥିଲା।
ମଙ୍ଗଳବାର ଦିନ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ଡେପୁଟି ଡାଇରେକ୍ଟର ଏସ୍ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ଏହି ସପ୍ତାହ ପରେଡ୍ରେ ଶନି, ମଙ୍ଗଳ, ଶୁକ୍ର ଓ ବୃହସ୍ପତି ସିଧାରେ ଏକ ସରଳରେଖାରେ ରହିବେ। ଏହା ପୂର୍ବରୁ ଏଭଳି ଦୃଶ୍ୟ ୯୪୭ ଏଡିରେ ଦେଖିବାକୁ ମିଳିଥିଲା। ଏଭଳି ଦୃଶ୍ୟ ବାରମ୍ବାର ଦୃଶ୍ୟମାନ ହୋଇନଥାଏ। ୪ଟି ଗ୍ରହ ଏକ ସରଳ ରେଖାରେ କଦବା କ୍ୱଚିତ୍ ରହିଥାନ୍ତି। ଏଥରକ ଏଭଳି ଦୃଶ୍ୟ ଏହି ସପ୍ତାହରେ ହିଁ ଦୃଶ୍ୟମାନ ହେବ। ଲୋକମାନେ ଖାଲି ଆଖିରେ ବି ଏହି ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ। ଏହି ସଂଯୋଜନ ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ପୂର୍ବ ଆକାଶରେ ନଜର ଆସିବ।
The planets of #Jupiter, Venus, Mars and Saturn will align in a row in the morning sky through the last week of April, with the crescent moon joining the formation on April 25 and April 26, and could stay visible to the naked eye for a number of weeks. 💫 pic.twitter.com/9jNhpuaEDZ
— Ruby T. (@Bluemoon2521) April 26, 2022
ଭାରତରେ ଏହି ଦୃଶ୍ୟ ଦେଖି ହେବ:
କୁହାଯାଉଛି ଯେ ଉତ୍ତର ଗୋଲାର୍ଦ୍ଧ ଅର୍ଥାତ୍ ଇକ୍ୱେଟର ଲାଇନ୍ର ଉପରେ ଥିବା ଦେଶ ଗୁଡ଼ିକ ଏହି ଦୃଶ୍ୟ ଦେଖିପାରିବେ। ଭାରତୀୟମାନେ ବି ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ। କିନ୍ତୁ ଯଦି ସେହି ସମୟରେ ଆକାଶ ମୋଘାଚ୍ଛନ୍ନ ଥିବ କିମ୍ବା ବାୟୁମଣ୍ଡଳ ଦୂଷିତ ଥିବ, ତେବେ ଲୋକମାନେ ଏହି ଦୃଶ୍ୟ ଦେଖିବାରେ ଅସମର୍ଥ ହେବେ।
ସାଧାରଣ ଲୋକ ଏହି ଦୃଶ୍ୟ ଦେଖିବାକୁ ସୂର୍ଯ୍ୟୋଦୟ ପୂର୍ବରୁ ଆକାଶକୁ ଚାହିଁଲେ ଦେଖିପାରିବେ। ସକାଳୁ ସକାଳୁ ଏକ ସରଳରେଖାରେ ମଙ୍ଗଳ, ଶନି, ଶୁକ୍ର ଓ ବୃହସ୍ପତି ଦୃଶ୍ୟମାନ ହେବେ। ତେବେ ଏହି ଦୃଶ୍ୟକୁ ଅଧିକ ସ୍ପଷ୍ଟରେ ଦେଖିବାକୁ ଆପଣ ଟେଲିସ୍କୋପ୍ ବ୍ୟବହାର କରିପାରିବେ।