Below header

ଫ୍ରାନ୍ସ ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ, ଲିଷ୍ଟରେ ତଳକୁ ଖସିଲା ଭାରତ

ଫ୍ରାନ୍ସ ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଇଥିବା ବେଳେ ଫ୍ରାନ୍ସକୁ ପ୍ରଥମ ସ୍ଥାନ ମିଳିଛି । ଫ୍ରାନ୍ସ ପାସପୋର୍ଟଧାରୀ ୧୯୪ ଦେଶରେ ବିନା ଭିସାରେ ଯାତ୍ରା କରିପାରିବେ । ଭାରତ ୮୫ ତମ ସ୍ଥାନରେ ରହିଛି । ହେନଲ ପାସପୋର୍ଟ ଇଣ୍ଡେକ୍ସ ରାଙ୍କିରେ ୧୯୩ ଭିସା ଫ୍ରି ଡେଷ୍ଟିନେସନ ସହିତ ଦ୍ୱିତୀୟ ସ୍ଥାନରେ ଫିନଲାଣ୍ଡ, ଦକ୍ଷିଣ କୋରିଆ ଏବଂ ସ୍ୱିଡେନ ରହିଛି । ତୃତୀୟ ସ୍ଥାନରେ ୧୯୨ ଭିସା ଫ୍ରି ଡେଷ୍ଟିନେସନ ସହିତ ଅଷ୍ଟ୍ରିଆ ରହିଛି ।

ହେନଲେ ପାସପୋର୍ଟ ଇଣ୍ଡେକ୍ସ୨୦୨୪ ଜାରି ହୋଇଛି । ଏଥିରେ ଫ୍ରାନ୍ସକୁ ଶୀର୍ଷ ସ୍ଥାନ ମିଳିଥିବା ବେଳେ ଭାରତ ୮୫ ତମ ସ୍ଥାନରେ ରହିଛି । ଫ୍ରାନ୍ସ ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଇଥିବା ବେଳେ ଫ୍ରାନ୍ସକୁ ପ୍ରଥମ ସ୍ଥାନ ମିଳିଛି । ଫ୍ରାନ୍ସ ପାସପୋର୍ଟଧାରୀ ୧୯୪ ଦେଶରେ ବିନା ଭିସାରେ ଯାତ୍ରା କରିପାରିବେ ।

କୌଣସି ଦେଶର ପାସପୋର୍ଟ କେତେ ଶକ୍ତିଶାଳୀ, ତାହା ହେନଲ ଇଣ୍ଡେକ୍ସରେ ଏହାର ନିର୍ଦ୍ଧାରିତ ଭିସା ଫ୍ରି ଆକ୍ସେସରୁ କରାଯାଏ । ଅର୍ଥାତ୍‌ ଯେଉଁ ଦେଶର ପାସପୋର୍ଟ ବ୍ୟବହାର କରି ସବୁଠାରୁ ଅଧିକ ଦେଶ ବିନା ଭିସାରେ ଯାତ୍ରା କରିପାରିବେ, ସେହି ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ।

ହେନଲ ପାସପୋର୍ଟ ଇଣ୍ଡେକ୍ସରେ ଫ୍ରାନ୍ସ ଶୀର୍ଷରେ ରହିଛି । ଏହାସହିଜ ଜର୍ମାନୀ, ଇଟାଲୀ, ଜାପାନ, ସିଙ୍ଗାପୁର ଏବଂ ସ୍ପେନ ମଧ୍ୟ ଶୀର୍ଷ ସ୍ଥାନରେ ରହିଛି । ହେନଲ ପାସପୋର୍ଟ ଇଣ୍ଡେକ୍ସ ରାଙ୍କିରେ ୧୯୩ ଭିସା ଫ୍ରି ଡେଷ୍ଟିନେସନ ସହିତ ଦ୍ୱିତୀୟ ସ୍ଥାନରେ ଫିନଲାଣ୍ଡ, ଦକ୍ଷିଣ କୋରିଆ ଏବଂ ସ୍ୱିଡେନ ରହିଛି । ତୃତୀୟ ସ୍ଥାନରେ ୧୯୨ ଭିସା ଫ୍ରି ଡେଷ୍ଟିନେସନ ସହିତ ଅଷ୍ଟ୍ରିଆ ରହିଛି ।

ଶକ୍ତିଶାଳୀ ପାସପୋର୍ଟ ମାମଲାରେ ପ୍ରଥମେ ଭାରତ ୮୫ ତମ ସ୍ଥାନରେ ଆସିଛି । ସେହିପରି ପାକିସ୍ତାନ ସ୍ଥାନ ୧୦୬ ରେ ରହିଛି । ବାଲାଂଦେଶକୁ ୧୦୨ ସ୍ଥାନ ମିଳିଛି । ମାଳଦ୍ୱୀପ ୫୮ତମ ସ୍ଥାନ ହାସଲ କରିଛି । ମାଳଦ୍ୱୀପର ପାସପୋର୍ଟ ଧାରୀ ୯୬ ଦେଶରେ ବିନା ଭିସାରେ ଯାତ୍ରା କରିପାରିବେ ।

ଭାରତ ପାସପୋର୍ଟ ୨୦୨୪ରେ ଗତବର୍ଷ ତୁଳନାରେ ଗୋଟିଏ ସ୍ଥାନ ତଳକୁ ଖସିଛି । ଗତବର୍ଷ ଭାରତ ୮୪ ସ୍ଥାନରେ ରହିଥିବା ବେଳେ ଚଳିତବର୍ଷ ୮୫ ସ୍ଥାନରେ ରହିଛି । ତେବେ ଭାରତର ରାଙ୍କିଂ କମ୍‌ ହେବା ଆଶ୍ଚର୍ଯ୍ୟର କଥା । ଗତବର୍ଷ ଭାରତର ପାସପୋର୍ଟଧାରୀ ୬୦ ଦେଶ ଭିସା ଫ୍ରି ଯାତ୍ରା କରିପାରିଥିଲେ । ଏହା ଚଳିତବର୍ଷ ବଢି ୬୨ ଦେଶ ହୋଇଯାଇଛି । ନିକଟରେ ଇରାନ ଭାରତୀୟ ପର୍ଯ୍ୟଟକଙ୍କୁ ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଛି । ଭାରତୀୟ ପର୍ଯ୍ୟଟକ ଏଠାରେ ୧୫ ଦିନ ପର୍ଯ୍ୟନ୍ତ ବିନା ଭିସାରେ ପର୍ଯ୍ୟଟନର ଲାଭ ଉଠାଇପାରିବେ । ମାଲେସିଆ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟ କିଛି ଦିନ ପୂର୍ବରୁ ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.