୧ ଏପ୍ରିଲରୁ ବସ୍‌ ଯାତ୍ରା ବେଳେ ମହିଳାଙ୍କୁ ଦେବାକୁ ପଡ଼ିବ ଅଧା ଭଡ଼ା! ରାଜସ୍ଥାନ ସରକାର ନେଲେ ନିଷ୍ପତ୍ତି

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧ ଏପ୍ରିଲରୁ ରାଜ୍ୟରେ ମହିଳାମାନଙ୍କର ରୋଡ୍‌େଓ୍ଵଜ୍‌ ବସ୍‌ ଭଡ଼ା ଅଧା ହୋଇଯିବ। ଏଥି ସହିତ ସ୍ୱତନ୍ତ୍ର ବର୍ଗର ବସ୍‌ରେ ୩୦ ପ୍ରତିଶତ ରିହାତି ଅକ୍ଷୁର୍ଣ୍ଣ ରହିବ।

ରାଜସ୍ଥାନ ସରକାର ରୋଡ୍‌େଓ୍ଵଜ୍‌ ବସ୍‌ ଭଡାକୁ ଅଧା କରି ମହିଳାମାନଙ୍କୁ ଆରାମ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ଵିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ରାଜ୍ୟରେ ଏପ୍ରିଲ ୧ରୁ ମହିଳାମାନଙ୍କୁ ରୋଡ୍‌େଓ୍ଵଜ୍‌ ବସ୍‌ରେ ଅଧା ଭଡା ଦେବାକୁ ପଡ଼ିବ।

ସିଏମ ଗେହଲଟ ସୂଚନା ଦେଇଛନ୍ତି ଯେ ଏପ୍ରିଲ ୧ରୁ ରାଜସ୍ଥାନରେ ମହିଳାମାନଙ୍କ ପାଇଁ ରୋଡ୍‌େଓ୍ଵଜ୍‌ ବସ୍‌ ଭଡ଼ା ଅଧା ହୋଇଯିବ। ଏଥି ସହିତ ସ୍ୱତନ୍ତ୍ର ବର୍ଗର ବସ୍‌ଗୁଡ଼ିକରେ ୩୦ ପ୍ରତିଶତ ରିହାତି ମଧ୍ୟ ଅକ୍ଷୁର୍ଣ୍ଣ ରହିବ। ସିଏମ୍‌ କହିଛନ୍ତି, ରାଜସ୍ଥାନ ସରକାର ମହିଳାମାନଙ୍କୁ ସମ୍ମାନ ଦେବା ତଥା ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ନିଷ୍ପତ୍ତି ରାଜ୍ୟର ଝିଅ, ଭଉଣୀ ଓ ମାଆମାନଙ୍କୁ ସମର୍ପିତ। ସରକାରଙ୍କ ଦ୍ୱାରା ଏହାର ଘୋଷଣା ବଜେଟରେ କରାଯାଇଥିଲା।

କହି ରଖୁଛୁ, ପର୍ବପର୍ବାଣୀ ସମୟରେ ବିଭିନ୍ନ ରାଜ୍ୟ ପକ୍ଷରୁ ମହିଳାମାନଙ୍କୁ ଭଡ଼ାରେ ରିହାତି ପ୍ରଦାନ କରାଯାଇଥାଏ। ଭାଇଦୂଜ୍‌, ରକ୍ଷାବନ୍ଧନ ପରି ପର୍ବରେ ମହିଳାମାନଙ୍କୁ ମାଗଣା ଯାତ୍ରାର ମଉକା ମିଳିଥାଏ। ଅନେକ ରାଜ୍ୟରେ ମହିଳା ଦିବସ ଅବସରରେ ମଧ୍ୟ ମାଗଣା ବସ୍ ସେବା ଘୋଷଣା କରାଯାଇଥାଏ। ଯଦିଓ ଦିଲ୍ଲୀ ସରକାର ଦୀର୍ଘ ଦିନରୁ ମହିଳାମାନଙ୍କୁ ଡିଟିସି ବସ୍ରେ ମାଗଣା ସେବା ଯୋଗାଇ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.