ଆସନ୍ତା ୧୦ ଘଣ୍ଟା ଭିତରେ ମଧ୍ୟରେ ‘ଗାଜା’ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ

ଚେନ୍ନାଇ : ଘୂର୍ଣ୍ଣିଝଡ଼ ‘ଗାଜା’ ଆଜି ଅପରାହ୍ନରେ ତାମିଲନାଡୁ ଉପକୂଳ ଛୁଇଁବ । ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା କୁଡାଲୋର ଓ ପମବନ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ବିପତ୍ତିର ମୁକାବିଲା ପାଇଁ ସାରା ରାଜ୍ୟରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସଜାଗ କରି ରଖାଯାଇଛି । ତାଞ୍ଜାଭୁର, ତିରୁଭରୁର, ପୁଡୁକୋଟ୍ଟାଇ, ନାଗପଟ୍ଟିନମ, କୁଡାଲୋର ଓ ରାମନାଥପୁରମରେ ସ୍କୂଲ ସବୁକୁ ଆଜି ଛୁଟି ଘୋଷଣା କରାଯାଇଛି ।

ଆସନ୍ତା ୧୦ ଘଣ୍ଟା ମଧ୍ୟରେ ‘ଗାଜା’ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏବେ ଚେନ୍ନାଇ ଠାରୁ ଏା ୪୦୦ କିଲୋମିଟର ଦୂରରେ ଅଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଉପକୂଳ ଛୁଇଁବା ପରେ ଦୁର୍ବଳ ହୋଇଯିବ । ତେବେ ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.