Below header

ଦିଲ୍ଲୀ ତିହାର ଜେଲ୍‌ରେ ପୁଣି ଗ୍ୟାଙ୍ଗ୍‌ଓ୍ଵାର, ୨୧ କଏଦୀ ଆହତ

ଦିଲ୍ଲୀସ୍ଥିତ ତିହାର ଜେଲ୍‌ରେ କଏଦୀମାନଙ୍କ ମଧ୍ୟରେ ପୁଣି ଗ୍ୟାଙ୍ଗ୍‌ଓ୍ଵାର ହୋଇଛି। ଏଥିରେ ୨୧ ଜଣ କଏଦୀ ଆହତ ହୋଇଛନ୍ତି।

ଦିଲ୍ଲୀସ୍ଥିତ ତିହାର ଜେଲ୍‌ରେ କଏଦୀମାନଙ୍କ ମଧ୍ୟରେ ପୁଣି ଗ୍ୟାଙ୍ଗ୍‌ଓ୍ଵାର ହୋଇଛି। ଏଥିରେ ୨୧ ଜଣ କଏଦୀ ଆହତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ଯେ ତିହାର ଜେଲ୍‌ ସଂଖ୍ୟା-୮ରେ କଏଦୀମାନେ ପରସ୍ପର ମଧ୍ୟରେ ରକ୍ତାକ୍ତ ସଂଘର୍ଷ କରିଥିଲେ। ଏହି ସମୟରେ ହୋଇଥିବା ମାରପିଟ୍‌ରେ ଅନେକ କଏଦୀ ଆହତ ହୋଇଥିଲେ।

କହି ରଖୁଛୁ, କଏଦୀମାନଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ଜେଲ୍‌ରେ ସ୍ଥାନେ ସ୍ଥାନେ ସିସିଟିଭି କ୍ୟାମେରା ଲାଗିଛି। ଏହା ସତ୍ତ୍ୱେ ଏହିପରି ଘଟଣା ସବୁ ସାମ୍ନାକୁ ଆସୁଛି। ସୁରକ୍ଷା ଦୃଷ୍ଟିରୁ ଜେଲ୍‌ର ଓ୍ଵାର୍ଡଗୁଡ଼ିକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା, ଜେନେରାଲ ଓ୍ଵାର୍ଡ, ସ୍ପେଶାଲ ସିକ୍ୟୁରିଟି ଓ୍ଵାର୍ଡ ଏବଂ ହାଇ ରିସ୍କ ସିକ୍ୟୁରିଟି ଗାର୍ଡ।

ଏଠାରେ ମୋଟ ୯୭୫ଟି କ୍ୟାମେରାରେ ଜେଲ୍‌ ଉପରେ କଡ଼ା ନଜର ରଖାଯାଇଛି। ଏହା ସହିତ ୮୦ ଜଣ ଅଧିକାରୀ ଏବଂ ୧ ହଜାରରୁ ଅଧିକ ଜେଲ୍‌କର୍ମୀ ମୁତୟନ ଅଛନ୍ତି। ଦେଶର ସବୁଠୁ ସୁରକ୍ଷିତ ଜେଲ୍‌ ମଧ୍ୟରେ ଗଣାହେଉଥିବା ତିହାର ଜେଲ୍‌ ବର୍ତ୍ତମାନ ଅପରାଧର ଗଡ଼ ପାଲଟିଯାଇଛି।

ସୂଚନାଥାଉ କି, ଚଳିତବର୍ଷ ମେ’ ୨ରେ ଜେଲ୍‌ ସଂଖ୍ୟା ୯ରେ କିଛି କଏଦୀ ରୋହିଣୀ କୋର୍ଟ ଶୁଟ୍‌ଆଉଟ୍‌ର ଅଭିଯୁକ୍ତ ଗ୍ୟାଙ୍ଗ୍‌ଷ୍ଟାର ସୁନିଲ୍‌ ଓରଫ୍‌ ଟିଲୁ ତାଜପୁରିଆଙ୍କୁ ବୀଭତ୍ସ ହତ୍ୟା କରିଥିଲେ। ସେମାନେ ତୀକ୍ଷ୍ଣ ଛୁଞ୍ଚି ସାହାଯ୍ୟରେ ୯୨ ଥର ଭୁସି ଟିଲୁଙ୍କୁ ମାରିଥିଲେ। ଏହାପୂର୍ବରୁ ଏପ୍ରିଲ ମାସରେ ୩ ନଂ. ଜେଲ୍‌ରେ ବନ୍ଦୀ ଥିବା କଏଦୀ ପ୍ରିନ୍ସ ତେବତିୟାଙ୍କୁ ବି ହତ୍ୟା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.